ଚାଷୀଙ୍କ ପାଇଁ ଖୁସି ଖବର, ନଭେମ୍ବର ୨୧ ରୁ ଆରମ୍ଭ ଧାନ କିଣା …
1 min readଚାଷୀଙ୍କ ପାଇଁ ବଡ ଖବର । ନଭେମ୍ବର ୨୧ ରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା । ଏନେଇ ନିଜେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତ୍ରିସ୍ତରୀୟ ବୈଠକ ପରେ ସୂଚନା ଦେଇଛନ୍ତି ।
ଆଉ ସବୁଠୁ ବଡ କଥା ଚଳିତ ବର୍ଷ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ମୋଟ ୩୧୦୦ ଟଙ୍କାରେ ଧାନ ବିକ୍ରି କରିବେ ଚାଷୀ।
ସେହିଭଳି ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଉ କିଭଳି ପଡୋଶୀ ରାଜ୍ୟରୁ ଧାନ ଓଡ଼ିଶାକୁ ପ୍ରବେଶ ନକରେ, ସେଥିପାଇଁ ପାଟ୍ରୋଲିଂ ଟିମ ମୁତୟନ କରାଯିବ।ର ବ୍ୟବସ୍ଥା ମଧ୍ୟ ରଖାଯାଇଛି । ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରକ୍ରିୟା ଶେଷ ହେବାଯାଏଁ ମଣ୍ଡିରେ ରହିବେ ବିଭାଗୀୟ ଅଧିକାରୀ। ୪ରୁ ୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜର ରହିବେ। ସବୁ ମଣ୍ଡିରେ ଧାନର ମାନ ଯାଞ୍ଚ କରିବା ପାଇଁ କ୍ୱାଲିଟି ଟେଷ୍ଟିଂ ମେସିନ ମଧ୍ୟ ରଖାଯିବ ।