Pratidin TV

Odisha's Digital News Platform

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର; ଏବେ ୩ ଥର ଦେଇପାରିବେ JEE Advanced ପରୀକ୍ଷା

1 min read

ଜେଇଇ ଆଡଭାନ୍ସ ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏବେଠାରୁ ୩ ଥର ଜେଇଇ ଆଡଭାନ୍ସ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ନୂଆ ଗାଇଡଲାଇନ ମୁତାବକ, ଇଚ୍ଛୁକ ପ୍ରାର୍ଥୀ ଲଗାତାର ୩ ବର୍ଷ ପାଇଁ ୩ ଥର ପରୀକ୍ଷା ଦେଇପାରିବେ। ଏହାପୂର୍ବରୁ ଜେଇ ଆଡଭାନ୍ସ ପରୀକ୍ଷା ୨ ବର୍ଷରେ ଦୁଇଥର ଦେଇପାରୁଥିଲେ ଛାତ୍ରଛାତ୍ରୀ ।

ନୂଆ ନିୟମ ଅନୁସାରେ, ଯେଉଁ ପ୍ରାର୍ଥୀମାନେ JoSAA କାଉନସେଲିଂ ମାଧ୍ୟମରେ ଆଇଆଇଟିରେ ଆଡମିଶନ ପାଇଛନ୍ତି, ସେହି ସମସ୍ତ ଛାତ୍ରଛାତ୍ରୀ ଲାଭ ପାଇବେ ନାହିଁ। ଅର୍ଥାତ୍ ସେମାନେ ପରୀକ୍ଷାରେ ଉପସ୍ଥିତ ହୋଇପାରିବେ ନାହିଁ । ଜେଇ ଆଡଭାନ୍ସ ପରୀକ୍ଷା ଦେବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଜନ୍ମ ୨୦୦୦, ଅକ୍ଟୋବର ୧ ତାରିଖ ପରେ ହେବା ଜରୁରୀ । ଅନୁସୂଚିତ ଜାତି/ଜନଜାତି/ପିଡବ୍ଲୁଡି ପ୍ରାର୍ଥୀଙ୍କୁ ବୟସ ସୀମାରେ ୫ ବର୍ଷ ଛାଡ ମିଳିବ । ଏମାନେ ୧୯୯୫ ଅକ୍ଟୋବର ୧ ତାରିଖ ପରେ ଜନ୍ମ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ବର୍ଗ ଅନୁଯାୟୀ ବିଭାଜନ ହେଉଛି: GEN-EWS ୧୦ ପ୍ରତିଶତରେ, OBC-NCL ୨୭%, ଏସସି ୧୫%, ଏସଟି ୭.୫% ଏବଂ ଅବଶିଷ୍ଟ ୪୦.୫% ରଖାଯାଇଛି। ଏହି ପ୍ରତ୍ୟେକ ବର୍ଗ ମଧ୍ୟରେ, PwD ପ୍ରାର୍ଥୀଙ୍କ ପାଇଁ ୫ ପ୍ରତିଶତ ଛାଡ ମିଳିଛି।

Advertisement

ଶିକ୍ଷାବର୍ଷ ୨୦୨୧-୨୨ର ଫଳାଫଳ ୨୧ ସେପ୍ଟେମ୍ବର ୨୦୨୨ ପୂର୍ବରୁ ଘୋଷିତ ହୋଇଛି, କିନ୍ତୁ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ଫଳାଫଳକୁ କୌଣସି କାରଣରୁ ଅଟକାଇ ଦିଆଯାଇଛି, ତେବେ ସେ JEE ଆଡଭାନ୍ସ ୨୦୨୫ ରେ ପରୀକ୍ଷା ଦେଇପାରିବେ ନାହିଁ । ଜେଇ ଆଡଭାନ୍ସ ପରୀକ୍ଷା ମେ ମାସର ଶେଷ ସପ୍ତାହରେ କିମ୍ବା ଜୁନ୍ ପ୍ରଥମ ସପ୍ତାହରେ କରାଯାଇପାରିବ । JEE ଆଡଭାନ୍ସରେ ପରୀକ୍ଷା ଦେବାକୁ ହେଲେ JEE ମେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ । ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପ୍ରତିବର୍ଷ JEE Mains ଏବଂ Advanced ପରୀକ୍ଷା କରାଯାଏ ।

Leave a Reply

Your email address will not be published. Required fields are marked *