Pratidin TV

Odisha's Digital News Platform

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ; ଦୀର୍ଘ ୬ ବର୍ଷ ପରେ ଶିମିଳିପାଳ ଅଭୟାରଣ୍ୟକୁ ଫେରିଲେ ମହେନ୍ଦ୍ର ଏବଂ ରାଜକୁମାର

ମୟୁରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର,ଦୀର୍ଘ ୬ ବର୍ଷ ପରେ ଶିମିଳିପାଳ ଅଭୟାରଣ୍ୟକୁ ଫେରିଲେ ଶିମିଳିପାଳର ହିରୋ କୁହାଯାଉଥିବା ଦୁଇ କୁମକୀ ହାତୀ ମହେନ୍ଦ୍ର ଏବଂ ରାଜ କୁମାର ।

ଏଥର ହାତୀ ପିଠିରେ ବସି ଶିମିଳିପାଳ ବୁଲି ପାରିବେ ପର୍ଯ୍ୟଟକ ।ଗତ ୨୦୧୮ ମସିହା ଜାନୁଆରୀ ମାସରେ ବାଘୁଣୀ ସୁନ୍ଦରୀକୁ ସୁରକ୍ଷା ଦେବା ସହିତ ପେଟ୍ରୋଲିଂ କରିବା ପାଇଁ ଶିମିଳିପାଳରୁ ମହେନ୍ଦ୍ର ଏବଂ ରାଜକୁମାରକୁ ସାତକୋଶିଆ ଅଭୟାରଣ୍ୟକୁ ଅଣା ଯାଇଥିଲା । ଦୀର୍ଘ ୬ ବର୍ଷ ପରେ ଏହି ଦୁଇ କୁମକି ହାତୀ ଫେରୁଥିବାରୁ ବେଶ ଖୁସି ଅଛନ୍ତି ମୟୁରଭଞ୍ଜ ବାସୀ ।

ଗତକାଲି ହାତୀ ଦ୍ବୟଙ୍କୁ ଦୁଇଟି ଟ୍ରକ୍ ଯୋଗେ ସାତକୋଶିଆ ଅଭୟାରଣ୍ୟରୁ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇ ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଶିମିଳିପାଳ ଅଭୟାରଣ୍ୟରେ ଥିବା ହାତୀ କ୍ୟାମ୍ପକୁ ନିଆଯାଇଥିଲା, ତେବେ କିଛି ଦିନ ହାତୀ ଦୁଇଟିକୁ ବିଶ୍ରାମ ଦେବା ପରେ ସେମାନଙ୍କୁ କାର୍ଯ୍ୟରେ ଲଗାଯିବା ସହ ଦୀର୍ଘ ବର୍ଷ ପରେ ପର୍ଯ୍ୟଟକ ମାନେ ହାତୀ ପିଠିରେ ବସି ଶିମିଳିପାଳ ଅଭୟାରଣ୍ୟ ବୁଲିପାରିବେ ବୋଲି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସମ୍ରାଟ୍ ଗୌଡା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *