Pratidin TV

Odisha's Digital News Platform

ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ନୂଆ ଅତିଥି ଜିରାଫ

ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ନୂଆ ଅତିଥି ଜିରାଫ | ଖୁସିକୁ ମିଳିଛି ସାଥି | ନନ୍ଦନକାନନରେ ଦୀର୍ଘ ବର୍ଷ ଧରି ନିସାଙ୍ଗ ଜୀବନରୁ ମୁକ୍ତି ମିଳିଛି | ଦୀର୍ଘ ଦିନର ବ୍ୟବଧାନ ପରେ ତାକୁ ସାଥି ମିଳିଛି | କଲିକତା ଅଲିପୁର ଚିଡ଼ିଆ ଖାନାରୁ ୨ଟି ଜିରାଫ ଅଣାଯାଇଛି | ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଜିରାଫ ଗତକାଲି ବିଳମ୍ବିତ ରାତିରେ ଆସି ନନ୍ଦନକାନନ ରେ ପହଞ୍ଚିଛି | ୨ ଜିରାଫ ଆସିବା ପରେ ନନ୍ଦନକାନନରେ ଜିରାଫ ସଂଖ୍ୟା ୩କୁ ବୃଦ୍ଧି ପାଇଛି |

ସୂଚନା ଅନୁସାରେ, ୨0୧୨ରେ ବିହାରର ପାଟନାରେ ଖୁସି ନାମକ ମାଇ ଜିରାଫ ନନ୍ଦନକାନନକୁ ଆସିଥିଲା | ଖୁସିକୁ ଦେଢ଼ ବର୍ଷ ହୋଇଥିବା ବେଳେ ତା’ର ଓଜନ ୬ କ୍ୱିଣ୍ଟାଲ ହୋଇଥିଲା | ଏହାର ପ୍ରତିବଦଳରେ ନନ୍ଦନକାନନକୁ କାର୍ତ୍ତିକ ଓ ସୁଭଦ୍ରା ନାମକ ସିପାଞ୍ଜି ଦେବାକୁ ପଡିଥିଲା | ପରେ ଖୁସି ପାଇଁ ସାଥି ଭାବରେ କଲିକତା ଅଲିପୁର ଚିଡ଼ିଆ ଖାନାରୁ ଜୟ ନାମକ ଜିରାଫ ଅଣାଯାଇଥିବା ବେଳେ ଆସିବାର ୫ ଦିନ ପରେ ଜୟର ମୃତ୍ୟୁ ହୋଇଥିଲା | ସେହି ଦିନ ଠାରୁ ଖୁସି ନିସଙ୍ଗରେ ରହୁଥିଲା | ତେବେ ଗତକାଲି ୨ ଜିରାଫ ସାଥି ପାଇବା ପରେ ଖୁସି ଜିରାଫ ହୋଇଯାଇଛନ୍ତି ଖୁସି |

Leave a Reply

Your email address will not be published. Required fields are marked *