ଧୋକା ଦେଲା ଗୁଗୁଲ୍ ମ୍ୟାପ୍ ! ବାଟ ସର୍ଚ୍ଚ କରୁ କରୁ କେନାଲରେ ଖସିଲା କାର୍..
1 min readପୁର୍ବରୁ ଲୋକମାନେ ଅଜଣା ସ୍ଥାନକୁ ଯିବା ଆଗରୁ ଭଲ କରି ପଚାରି ବୁଝୁଥିଲେ । ନଚେତ୍ ରାସ୍ତାଘାଟରେ ଦୋକାନ କିମ୍ବା ଲୋକଙ୍କୁ ପଚାରି ଠିକଣା ସ୍ଥଳରେ ପହଞ୍ଚୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ସାଙ୍ଗକୁ ଲୋକେ ଆଧୁନିକତା ଆଡ଼କୁ ଆଗେଇଲେଣି । ଏବେ ଲୋକେ ଗୁଗୁଲ ମ୍ୟାପ୍ର ସହାୟତା ନେଇ ସହଜରେ ସଠିକ୍ ସ୍ଥାନରେ ପହଞ୍ଚି ପାରୁଛନ୍ତି । ତେବେ ବେଳେ ବେଳେ ଗୁଗୁଲ ମ୍ୟାପ ପାଇଁ ବି ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । କେବଳ ଏତିକି ନୁହେଁ ଏହି ଗୁଗଲ ମ୍ୟାପ ଯୋଗୁ ଭୟଙ୍କର ଦୁର୍ଘଟଣା ଘଟୁଥିବା ଘଟଣା ମଧ୍ୟ ସାମ୍ନା କୁ ଆସୁଛି ।ଏପରି ଏକ ଘଟଣା ଉତ୍ତରପ୍ରଦେଶର ବରେଲି ଜିଲାରେ ଘଟିଛି।
ବରେଲିର ଇଜ୍ଜତ ନଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଥିବା ପିଲିଭିତ ରୋଡରେ ଅବସ୍ଥିତ ଗୁଗଲ ମ୍ୟାପ ଯୋଗୁ ଏକ କାର କାଲାପୁର କେନାଲରେ ପଡିଯାଇଥିଲା। କାରରେ ଥିଲେ ତିନି ଜଣ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜେସିବି ସହାୟତାରେ ପୋଲିସ କାରଟିକୁ କେନାଲରୁ ବାହାର କରିଥିଲା। ସୌଭାଗ୍ୟବଶତଃ ତିନିଜଣଙ୍କ ଜୀବନ ବଞ୍ଚି ଯାଇଥିଲା। ଗୁଗଲ ମ୍ୟାପ ସାହାଯ୍ୟରେ ପିଲିଭିତ ଯାଉଥିବା ବେଲେ ଅଘଟଣ। କାଲାପୁର କେନାଲ ବାରକାପୁର ତିରାହା ଗାଁ ନିକଟରେ କାରଟି କେନାଲରେ ଓଲଟି ପଡିଥିଲା। କାରରେ ଥିବା ତିନି ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। କାରଟି ଏକ କ୍ରେନ ସହିତ ବାହାରକୁ ଅଣାଯାଇଥିଲା। ଗୁଗଲ୍ ମ୍ୟାପରୁ ସ୍ଥାନ ଦେଖି ଭ୍ରମଣ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇଛି। କିଛି ଦିନ ପୂର୍ବରୁ ଅସମ୍ପୂର୍ଣ୍ଣ ବ୍ରିଜରୁ କାର ଖସିପଡି ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।