Pratidin TV

Odisha's Digital News Platform

ଗୁଗୁଲ୍ ମ୍ୟାପ୍ ବଦଳାଇଲା ଦେଶର ନାଁ, ସର୍ଚ୍ଚ କଲେ ଆସୁଛି ‘ଭାରତ’

1 min read

ଗତ କିଛି ଦିନ ହେଲା ‘ଇଣ୍ଡିଆ’କୁ ‘ଭାରତ’ରେ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ଲାଗି ରହିଛି। ଯାହାକୁ ନେଇ ରାଜନୀତି ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହା କୌଣସି ସରକାରୀ ସ୍ତରରେ ପରିବର୍ତ୍ତନ ହୋଇ ନାହିଁ। କିନ୍ତୁ ଗୁଗୁଲ ମ୍ୟାପ ନିଜ ମୁତାବକ ବଦଳିଲା ଦେଶର ନାଁ । ସର୍ଚ୍ଚ କଲେ ତ୍ରିରଙ୍ଗା ସହ ଲେଖା ଆସୁଛି ‘ଭାରତ’। ଆଜ୍ଞା ହଁ ଏଣିକି ଗୁଗୁଲ ମ୍ୟାପକୁ ଯାଇ ଆପଣ ସର୍ଚ୍ଚ ବକ୍ସରେ ଭାରତ ଟାଇପ୍ କରନ୍ତି, ତେବେ ଆପଣ ‘ଦକ୍ଷିଣ ଏସିଆର ଏକ ଦେଶ’ ସହିତ ଏକ ତ୍ରିରଙ୍ଗା ପତାକା ଦେଖିବାକୁ ପାଇବେ। ପୂର୍ବରୁ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖୁଥିଲେ ସୁଧା କେବଳ ଇଣ୍ଡିଆ ଆସୁଥିଲା। ହେଲେ ଏବେ ଯଦି ଆପଣ ଭାରତକୁ ହିନ୍ଦୀ କିମ୍ବା ଇଂରାଜୀରେ ଲେଖନ୍ତି, ତେବେ ଗୁଗୁଲ ମ୍ୟାପ ଆପଣଙ୍କୁ ଭାରତ ଦେଖାଉଛି।

ପଢନ୍ତୁ ,https://www.pratidintv.com/add-these-5-things-to-your-drinking-water-shiny-face/

Advertisement

ତେବେ ଏହା କେବଳ ଗୁଗୁଲ ମ୍ୟାପରେ ବଦଳଛି । ଗୁଗୁଲରେ ଆପଣ ଯଦି ସର୍ଚ୍ଚ କରୁଛନ୍ତି ତେବେ ହିନ୍ଦୀ ହେଉ କି ଇଂରାଜୀ ଆପଣଙ୍କୁ କେବଳ ‘ଇଣ୍ଡିଆ’ ଦେଖାଇବ। ଗୁଗୁଲ୍ ମ୍ୟାପ୍ସ ଉଭୟ ‘ଇଣ୍ଡିଆ’ ଏବଂ ଭାରତକୁ ‘ଦକ୍ଷିଣ ଏସିଆର ଏକ ଦେଶ’ ଭାବରେ ବୋଧେ ସ୍ୱୀକୃତି ଦେଇ ସାରିଛି । ତେଣୁ, ଯଦି ଉପଭୋକ୍ତାମାନେ ଗୁଗୁଲ୍ ମ୍ୟାପ୍‌ରେ ଭାରତର ଅଫିସିଆଲ୍ ମାନଚିତ୍ର ଦେଖିବାକୁ ଚାହାଁନ୍ତି, ତେବେ ସେମାନେ ଇଂରାଜୀ କିମ୍ବା ହିନ୍ଦୀରେ ‘ଇଣ୍ଡିଆ’ କିମ୍ବା ‘ଭାରତ’ ଲେଖି ଏହାକୁ ସର୍ଚ୍ଚ କରିପାରିବେ । ତେବେ ଏହା କେବଳ ଗୁଗୁଲ ମ୍ୟାପ ନୁହେଁ ଆଜିକାଲି ଅଧିକାଂଶ ଜାଗାରେ ହେଉ କି କମ୍ପାନୀ ଇଣ୍ଡିଆ ବଦଳରେ ଭାରତ ଲେଖିବା ଆରମ୍ଭ କରି ଦେଇ ସାରିଲେଣି । କିନ୍ତୁ ଭାରତୀୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *