ବଦଳିବ ଗୁଗୁଲ୍ ମ୍ୟାପ୍ , ୧ ଅଗଷ୍ଟ ରୁ ସାରା ଦେଶରେ ଲାଗୁ ହେବ ନୂଆ ନିୟମ..
1 min readବଦଳିବାକୁ ଯାଉଛି ଗୁଗୁଲ୍ ମ୍ୟାପ୍ ର ନିୟମ । 1 ଅଗଷ୍ଟ 2024ରୁ ସାରା ଦେଶରେ ଗୁଗୁଲ୍ ମ୍ୟାପର ନିୟମ ବଦଳିବ । ବିଶେଷ କଥା ହେଉଛି ଗୁଗୁଲ୍ ମ୍ୟାପ୍ ମୂଲ୍ୟ 70 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ । ଏହା ସହିତ ଡଲାର ବଦଳରେ ଭାରତୀୟ ମୂଲ୍ୟରେ ଏଣିକି ଗୁଗୁଲ୍ ମ୍ୟାପ୍ ଫି ମଧ୍ୟ ଗ୍ରହଣ କରାଯିବା ନେଇ ସୂଚନା ଜାରି କରାଯାଇଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା ଏପରି ଏକ ସମୟରେ ଘଟିଛି ଯେତେବେଳେ OLA ମ୍ୟାପ୍ ବଜାରରେ ଏଣ୍ଟ୍ରି କରିବା ପାଇଁ ଯାଉଛି । ଖାସ କଥା ହେଲା ଯେ, OLA ମ୍ୟାପକୁ ମାଗଣାରେ ବ୍ୟବହାର କର କରାଯାଇପାରିବ ।
ସାଧାରଣ ୟୁଜର୍ସଙ୍କ ଦୃଷ୍ଟିରୁ ଦେଖିଲେ ଗୁଗୁଲ୍ ମ୍ୟାପରେ ହେଉଥିବା ଏହି ପରିବର୍ତ୍ତନ କିଛି ଖାସ ପ୍ରଭାବ ପକାଇବ ନାହିଁ । କିନ୍ତୁ ଯଦି ଆପଣ ବ୍ୟବସାୟ ପାଇଁ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା କମ୍ ଟଙ୍କା ଦେବାକୁ ପଡିବ । ଆପଣ ଡଲାର ବଦଳରେ ଭାରତୀୟ ଟଙ୍କା ରେ ଗୁଗୁଲ୍ ମ୍ୟାପ୍ ବ୍ୟବହାର ପାଇଁ ଦେୟ ଭରିବା ପାଇଁ ପଡିବ । I ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଗୁଗୁଲ୍ ମ୍ୟାପ୍ ବ୍ୟବହାର ମାଗଣା ହେଲେ ଯେଉଁ ମାନେ ବ୍ୟବସାୟ ପାଇଁ ଏହି ଆପର ବ୍ୟବହାର କରୁଛନ୍ତି ସେମାନଙ୍କୁ ଏଥିପାଇଁ ଏକ ଚାର୍ଜ ଦେବା ପାଇଁ ପଡିଥାଏ । ଯେପରି ରାପିଡୋ ଏକ ରାଇଡିଂ ସେୟାର କମ୍ପାନୀ ଅଟେ ।