Pratidin TV

Odisha's Digital News Platform

ସରିଗଲା ମାଗଣା ସେବା , ଗୁଗୁଲ୍ ରେ ସର୍ଚ୍ଚ କଲେ ଦେବାକୁ ପଡିବ ଟଙ୍କା ..

1 min read

ସରିଲା ମାଗଣା ସେବା । ଏବେ ଗୁଗଲ୍ ସର୍ଚ୍ଚ କଲେ ଦେବାକୁ ପଡିବ ଟଙ୍କା । ଏବେ ବର୍ତ୍ତମାନ ପ୍ରିମିୟମର ସମୟ ଆସିଛି । ଏଣିକି ସର୍ଚ୍ଚ ପାଇଁ ୟୁଜରଙ୍କଠାରୁ ଟଙ୍କା ନେବ ଗୁଗଲ । ରିପୋର୍ଟ ଅନୁଯାୟୀ , ଗୁଗଲ ଏହାର ଜେନେରେଟିଭ୍ ସର୍ଚ୍ଚ ଅର୍ଥାତ୍ ଯଥା ସର୍ଚ୍ଚ ଜେନେରେଟିଭ୍ ଏକ୍ସପେରିଏନ୍ସ (ଏସଜିଇ)କୁ ଦେୟଯୁକ୍ତ କରିବାକୁ ଯାଉଛି, ଯାହା ପରେ ଉପଭୋକ୍ତାମାନଙ୍କୁ ଏଆଇ ରେଜଲ୍ଟ ପାଇଁ ଟଙ୍କା ଦେବାକୁ ପଡ଼ିବ ।

ଗୁଗଲ ଏହାର AI ସର୍ଚ୍ଚ ଟୁଲ୍ ପାଇଁ ଟଙ୍କା ନେବାକୁ ବିଚାର କରୁଛି, ଯଦିଓ ଏପର୍ଯ୍ୟନ୍ତ ଗୁଗଲ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ , କିନ୍ତୁ ଅନେକ ଏଆଇ କମ୍ପାନୀ ସେମାନଙ୍କ AI ଟୁଲ୍ ପାଇଁ ଟଙ୍କା ନେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଏଆଇ ଟୁଲ୍ ପାଇଁ କମ୍ପାନୀମାନଙ୍କର ବିପୁଳ ଟଙ୍କା ଖର୍ଚ୍ଚ ହେଉଛି ।ରିପୋର୍ଟରେ କୁହାଯାଇଛି ଯେ, ଗୁଗଲର ସାଧାରଣ ସର୍ଚ୍ଚ ସେବା ସବୁଦିନ ପାଇଁ ମାଗଣା ରହିବ, କିନ୍ତୁ ଯଦି ଆପଣ ଜେନେରେଟିଭ୍ ଏଆଇ ସର୍ଚ୍ଚ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ ।

Advertisement

Leave a Reply

Your email address will not be published. Required fields are marked *