Pratidin TV

Odisha's Digital News Platform

ଗୁଗୁଲ ପେ ଏବଂ ପେଟିଏମରେ ମୋବାଇଲ ରିଚାର୍ଜ କଲେ କଲେ ଦେବାକୁ ପଡିବ ପ୍ଲାଟଫର୍ମ ଫି…

1 min read

ଗୁଗୁଲ ପେ ଏବଂ ପେଟିଏମ ହେଉଛି ଭାରତର ବଡ ପେମେଣ୍ଟ ଆପ । ଏହା ଦ୍ୱାରା ବିଲ ପେମେଣ୍ଟ ଏବଂ ବିଦ୍ୟୁତ, ମୋବାଇଲ ରିଚାର୍ଜ ଡିଟିଏଚ, ପାଣିବିଲ, ଏବଂ ଗ୍ୟାସ ସିଲିଣ୍ଡର ରିଚାର୍ଜ ହୋଇଥାଏ । କିନ୍ତୁ ବର୍ତ୍ତମାନ ଗୁଗୁଲ ପେ ଏବଂ ପେଟିଏମ ମୋବାଇଲ ରିଚାର୍ଜରେ ଉପଭୋକ୍ତା ମାନଙ୍କଠାରୁ ଆଦାୟା କରୁଛି ଶୁଳ୍କ । ପୂର୍ବରୁ ଏହି ସେବା ରେ କୈାଣସି ଅତିରିକ୍ତ ଦେୟ ବିନା ବା ସମ୍ପୂର୍ଣ୍ଣ ମାଗଣାରେ ରିଚାର୍ଜ ହେଉଥିଲା । କେବଳ ଟେଲିକମ ଅପରେଟରଙ୍କ ଦ୍ୱାରା ଚାର୍ଜ ହୋଇଥିବା ଅର୍ଥ ଦେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଯଦି ଆପଣ ଏହି ଆପ ମାଧ୍ୟମରେ ଆପଣଙ୍କର ମୋବାଇଲ ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ ପ୍ଲାଟଫର୍ମ ଫି ମଧ୍ୟ ଦେବାକୁ ପଡିବ । ଏହାର ଅର୍ଥ ମୋବାଇଲ ରିଚାର୍ଜ ରାଶି ବ୍ୟତୀତ ଆପଣଙ୍କୁ ଆଉ କିଛି ଟଙ୍କା ଦେବାକୁ ପଡିବ । ଦେୟ ଉପରେ ନିର୍ଭର କରି ଏହି ଚାର୍ଜ ୧ ରୁ ୫ ଟଙ୍କା ଏବଂ ୬ଟଙ୍କା ମଧ୍ୟରେ ରହିଛି । ବର୍ତ୍ତମାନ ଗୁଗୁଲ୍ ପେ ମୋବାଇଲ୍ ରିଚାର୍ଜ ପାଇଁ ୩ ଟଙ୍କା ପର୍ଯ୍ୟନ୍ତ ସୁବିଧା ଶୁଳ୍କ ଚାର୍ଜ କରୁଛି ।

ପୂର୍ବରୁ ଫୋନ ପେ ମୋବାଇଲ ରିଚାର୍ଜରେ ପ୍ଲାଟଫର୍ମ ଫି ଚାର୍ଜ କରୁଥିଲା । ଫଳରେ ଉପଭୋକ୍ତାମାନେ ଫୋନ ପେ ବଦଳରେ ଗୁଗୁଲ ପେ ଏବଂ ପେଟିଏମ ମାଧ୍ୟମରେ ରିଚାର୍ଜ କରିବାକୁ ପସନ୍ଦ କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ଆପ ପ୍ଲାଟଫର୍ମ ଫି ଚାର୍ଜ କରିବା ମଧ୍ୟ ଆରମ୍ଭ କରିଛି । ସୂଚନାରୁ ଜଣାଯାଇଛି ଯେ ଗୁଗୁଲ ପେ ଏବଂ ପେଟିଏମ କେବଳ ମୋବାଇଲ ରିଚାର୍ଜରେ ପ୍ଲାଟଫର୍ମ ଫି ଚାର୍ଜ କରୁଛି । ହେଲେ ଅନ୍ୟ ବିଲ ରିଚାର୍ଜ ମାଗଣା ରହିବ ।

Advertisement

Leave a Reply

Your email address will not be published. Required fields are marked *