Pratidin TV

Odisha's Digital News Platform

ସ୍ୱର୍ଗତ ଗାୟକ କ୍ରିଷ୍ଣାକୁମାରଙ୍କୁ ଗୁଗଲ ଜଣାଇଲା ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି , ଆଜିର ଦିନରେ ..

1 min read

ସର୍ଚ୍ଚ ଇଞ୍ଜିନ୍ ଗୁଗଲ ସ୍ୱର୍ଗତ ପ୍ରସିଦ୍ଧ ଗାୟକ କେକେଙ୍କୁ ଏକ ନିଆରା ଶ୍ରଦ୍ଧାଞ୍ଜଳି ଦେଇଛି । କ୍ରିଷ୍ଣା କୁମାର କୁନ୍ନାଥ (କେ.କେ) ଏହି ଦିନ ହିନ୍ଦୀ ସିନେମାରେ ପ୍ଲେକ୍ ଗାୟକ ଭାବରେ ୧୯୯୬ ମସିହାରେ ‘ଛୋଡ୍ ଆଏ ହମ୍ …’ ଗୀତ ଗାଇ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।

ସର୍ଚ୍ଚ ଇଞ୍ଜିନ୍ ର ‘ହୋମପେଜ୍’ରେ ପ୍ରଦର୍ଶିତ ହୋଇଥିବା ଡୁଡଲ୍ ସଂଗୀତ କ୍ଷେତ୍ରରେ କେ.କେଙ୍କ ଯାତ୍ରା ଏବଂ ଦର୍ଶକଙ୍କ
ସହ ତାଙ୍କର ସଂଯୋଗକୁ ଦର୍ଶାଏ । କେ.କେ ୨୩ ଅଗଷ୍ଟ ୧୯୬୮ ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ‘ପାଲ୍’ ଏବଂ ‘ୟାରୋ’ ଭଳି ଗୀତରେ ଲୋକପ୍ରିୟ ହୋଇଥିଲେ। କେ.କେ ସବୁଠାରୁ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ଏବଂ ସଙ୍ଗୀତରେ କୌଣସି ତାଲିମ ନଥିଲା, କିନ୍ତୁ ଏହି କ୍ଷେତ୍ରରେ କ୍ୟାରିଅର୍ ଆରମ୍ଭ କରିବା ପରେ ସେ ୧୯୯୦ ଏବଂ ୨୦୦୦ ଦଶକର ସବୁଠାରୁ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ ।

Advertisement

ୟାରୋ,ତୁ ହିଁ ମେରି ସବ ହେ, ତଡପ ତଡପ କେ ଇସ୍ ଦିଲ୍ , ଆବାରାପନ୍ ,ଆଖୋ ମେ ତେରି,ଖୁଦା ଜାନେ , ଜିନ୍ଦେଗି ଦୋପଲ୍‌କି , ତୁ ଜୋ ମିଲା ଏଭଳି ଅନେକ ହିଟ୍ ଗୀପ ସହ ଲୋକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ବନାଇଥିଲୋ ଯେଉଁଥିପାଇଁ ଆଜିବି ତାଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି । କେକେ ନିଜ ଗୀତ ମାଧ୍ୟମରେ ପ୍ରଶଂସକଙ୍କ ମନରେ ଆଜିବି ଜୀବିତ ଅଛନ୍ତି ।

୨୦୨୨ ମସିହାରେ କୋଲକାତାରେ ଏକ କନ୍ସର୍ଟରେ ଅଭିନୟ କରୁଥିବାବେଳେ କେ.କେ ବୟସରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା ।

Leave a Reply

Your email address will not be published. Required fields are marked *