Pratidin TV

Odisha's Digital News Platform

ଆଇଫୋନ ୧୫ କୁ ଟକ୍କର ଦେବାକୁ ଆସୁଛି ପିକ୍ସେଲ ୮, ମୂଲ୍ୟ ମାତ୍ର ଏତିକି!

1 min read

ଖୁବଶୀଘ୍ର ଗୁଗୁଲ୍ ପିକ୍ସେଲ ୮ସିରିଜ୍ ଲଞ୍ଚ ହେବାକୁ ଯାଉଛି । ଏହି ଆଗାମୀ ସିରିଜରେ ଦୁଇଟି ନୂତନ ସ୍ମାର୍ଟଫୋନ୍ ପିକ୍ସେଲ ୮ଏବଂ ପିକ୍ସେଲ ୮ ପ୍ରୋ ଲଞ୍ଚ ହେବ । ଅଫିସିଆଲ୍ ଲଞ୍ଚ ପୂର୍ବରୁ ପିକ୍ସେଲ ୮ ଏବଂ ପିକ୍ସେଲ ୮ ପ୍ରୋ ମୂଲ୍ୟ ବିଷୟରେ ସୂଚନା ଆସିବା ଆରମ୍ଭ ହୋଇ ଯାଇଛି । ଯଦି ଆପଣ ପିକ୍ସେଲ ସ୍ମାର୍ଟଫୋନକୁ ମଧ୍ୟ ପସନ୍ଦ କରନ୍ତି ଏବଂ ଆପଣ ନୂଆ ପିକ୍ସେଲ ଫୋନକୁ ମଧ୍ୟ ଅପେକ୍ଷା କରିଛନ୍ତି ଯଦି ତେବେ ଆସନ୍ତୁ ଆପଣଙ୍କୁ ଲିକ୍ ହୋଇଥିବା ମୂଲ୍ୟ ବିଷୟରେ ବିସ୍ତୃତ ସୂଚନା ଦେବା ।Google Pixel 8 ଲଞ୍ଚ ତାରିଖ ବିଷୟରେ କହିବାକୁ ଗଲେ ନୂତନ ସିରିଜ୍ ଅକ୍ଟୋବର ୪ ରେ ମାର୍କେଟକୁ ଆସିବ । ଏଥର ପିକ୍ସେଲ ୮ ସିରିଜର ମୂଲ୍ୟ ପିକ୍ସେଲ ୭ ସିରିଜ୍ ତୁଳନାରେ ୧୦୦ ଡଲାର ଅର୍ଥାତ ପ୍ରାୟ ୮୩୧୭ ଟଙ୍କା ଅଧିକ ହୋଇପାରେ ।

ରିପୋର୍ଟ ଅନୁଯାୟୀ, ରିଟେଲରଙ୍କଠାରୁ ଏହା ସୂଚିତ କରାଯାଇଛି ଯେ ପିକ୍ସେଲ ୮କୁ ୬୯୯ ଡଲାର ଅର୍ଥାତ ପ୍ରାୟ ୫୮୧୪୧ ଟଙ୍କା ଏବଂ ପିକ୍ସେଲ ୮ ପ୍ରୋ ୯୯୯ ଡଲାର ଅର୍ଥାତ ପାଖାପାଖି ୮୩,୦୯୪ ଟଙ୍କା ରେ ବଜାରକୁ ଆସିବ । ଭାରତୀୟ ବଜାରରେ ଗୁଗୁଲ ପିକ୍ସେଲ ୮ କୁ ୬୫ ହଜାରରୁ ୭୦ ହଜାର ଟଙ୍କା ମଧ୍ୟରେ ଲଞ୍ଚ କରାଯାଇପାରିବ । ଏଥି ସହିତ ପିକ୍ସେଲ ୮ ପ୍ରୋ ମୂଲ୍ୟ ୯୦ ହଜାରରୁ ୯୫ ହଜାର ଟଙ୍କା ମଧ୍ୟରେ ହେବ ବୋଲି ଆଶା କରାଯାଉଛି । ତେବେ କିଛି ଦିନ ପୂର୍ବରୁ, ୭୯ହଜାର୯୦୦ ଟଙ୍କା ମୂଲ୍ୟରେ ଆଇଫୋନ୍ ୧୫ ଲଞ୍ଚ କରାଯାଇଛି । ଯଦି ଦେଖାଯାଏ, ତେବେ ଆପଣ ଉଭୟ ପିକ୍ସେଲ ୮ ଏବଂ ଆଇଫୋନ୍ ୧୫ ମଡେଲର ମୂଲ୍ୟରେ ସାମାନ୍ୟ ପାର୍ଥକ୍ୟ ଦେଖିବେ ।

Advertisement

ଗୁଗୁଲ୍ ପିକ୍ସେଲ ୮ ସିରିଜ୍ ବ୍ୟତୀତ ପିକ୍ସେଲ ୱାଚ୍ ୨ ମଧ୍ୟ ଭାରତରେ ପ୍ରବେଶ କରିବାକୁ ଯାଉଛି । ଗତ ବର୍ଷ ଗୁଗୁଲ ପ୍ରଥମ ପିକ୍ସେଲ ୱାଚ୍ ୩୪୯ ଡଲାରରେ (ପ୍ରାୟ ୨୯,୦୨୮ ଟଙ୍କା) ଲଞ୍ଚ କରିଥିଲା । କିନ୍ତୁ ଏହି ଘଣ୍ଟା ଭାରତରେ ଲଞ୍ଚ କରାଯାଇ ନାହିଁ । କିନ୍ତୁ ଏହି ଘଣ୍ଟାର ଅପଗ୍ରେଡ୍ ମଡେଲର ପିକ୍ସେଲ ୱାଚ୍ ୨ ର ପ୍ରବେଶ ଭାରତରେ ନିଶ୍ଚିତ ହୋଇଛି । ଆଶା କରାଯାଉଛି ଯେ ପିକ୍ସେଲ ୱାଚ୍ ୨ କେବଳ ୨୯ ହଜାର ଟଙ୍କାରେ ଲଞ୍ଚ ହୋଇପାରିବ । ତେବେ ଏନେଇ କୌଣସି ଘୋଷଣା ହୋଇ ନାହିଁ ।

Leave a Reply

Your email address will not be published. Required fields are marked *