Pratidin TV

Odisha's Digital News Platform

ଗୁଗୁଲ ମ୍ୟାପକୁ ଅନୁକରଣ କରି ଯିବା ବେଳେ ଭଙ୍ଗା ବ୍ରିଜ ଉପରୁ ୨୦ ଫୁଟ ତଳୁ ଖସିଲା କାର…

1 min read


ନ୍ୟୁୟର୍କ: ଆମେ ଯଦି କୈାଣସି ଅଜଣା ସ୍ଥାନକୁ ଯାଇଥାଉ କି କିମ୍ବା କୈାଣସି ଜାଗାରେ ବାଟ ଭୁଲି ଯାଉ ତେହେଲେ ଆମେ ଗୁଗୁଲ ମ୍ୟାପର ସାହାର୍ଯ୍ୟ ନେଇଥାଉ । ଏହା ସାହାର୍ଯ୍ୟରେ ଆମେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାଉ । ପୂର୍ବରୁ ଏ ସୁବିଧା ନଥିବା ବେଳେ ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ବର୍ତ୍ତମାନ ଟେକନଲୋଜି ର ଅଗ୍ରଗତି ଫଳରେ ଏସବୁ ପ୍ରକାର ସୁବିଧା ପାଇ ପାରୁଛେ । ତାହା ପୁଣି ନିଜର ସ୍ମାର୍ଟ ଫୋନ ଜରିଆରେ । କିନ୍ତୁ ଏହାକୁ ଅନ୍ଧ ଭଳି ଭରସା କରିବା ମହଙ୍ଗା ପଡିଛି । କାରଣ ଗୁଗୁଲ ମ୍ୟାପ ଅନୁସରଣ କରି ଯାଉଥିବା ଏକ ପରିବାର ଜଣେ ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଆଉ ପରେ ଏନେଇ ଗୁଗୁଲ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।


ହଁ ଆଜ୍ଞା ଆମେରିକାର ଉତ୍ତର କାରୋଲିନାର ଏକ ପରିବାରର ସଦସ୍ୟ ଫିଲିପ୍ ପ୍ୟାକ୍ସନ୍ ଜିପିଏସ ଅନ କରି ଗୁଗୁଲ ମ୍ୟାପ୍ ହିସାବରେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସୂଚନା ମୁତାବକ ପ୍ୟାକ୍ସନ ଗତବର୍ଷ ସେପ୍ଟେମ୍ବର ୩୦ ରେ ନିଜ ଝିଅର ଜନ୍ମ ଦିନ ପାର୍ଟି ସାରି ଏକ ଅଜଣା ରାସ୍ତାରେ ଫେରୁଥିବା ବେଳେ ଗୁଗୁଲମ୍ୟାପ ନିର୍ଦ୍ଦେଶ ଅନୁସାରେ ଯାତ୍ରା କରୁଥିଲେ । ହେଲେ ସେ ଯେଉଁ ବାଟ ଦେଇ ଯାଉଥିଲେ । ସେହି ବାଟରେ ବହୁଦିନ ତଳୁ ଏକ ବ୍ରିଜ ଭାଙ୍ଗି ଯାଇଥିଲା । ଯାହାର ମରାମତି ହୋଇନଥିଲା । ଆଉ ଗାଡି ଯାଉଥିବା ବେଳେ ହଠାତ୍ ବ୍ରିଜରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡି ଦୁର୍ଘଟଣା ଘଟିଥିଲା । ଫଳରେ ପ୍ୟାକ୍ସନ ମୃତ୍ୟୁ ବରଣ କରିଥିଲେ ।

Advertisement


ତେବେ ପରିବାରର ଲୋକ ଅଭିଯୋଗରେ କହିଥିଲେ ଯେ ବ୍ରିଜ ଭୁଷୁଡିପଡିଥିବା ନେଇ ସେଠାକାର ସ୍ଥାନୀୟ ଲୋକେ ଗୁଗୁଲ ମ୍ୟାପ୍‌କୁ ସୂଚିତ କରିଥିଲେ । ଏବଂ ଏହାକୁ ଅପଡେଟ କରିବା ପାଇଁ ଅଗବତ କରିଥିଲେ । ତଥାପି କମ୍ପାନୀ ନାଭିଗେସନ୍ ସିଷ୍ଟମକୁ ଅପଡେଟ୍ କରି ନଥିଲା । ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିବା ସହ ଜୀବନ ଚାଲିଗଲା । ଏହାକୁ ନେଇ ପ୍ୟକ୍ସନଙ୍କ ପରିବାର ୱେକ କାଉଣ୍ଟ ସୁପରିଅର କୋର୍ଟରେ ମକଦ୍ଦମା କରିଥିଲେ ।

Leave a Reply

Your email address will not be published. Required fields are marked *