ଭାରତରେ ଲଞ୍ଚ ହେଲା ଗୁଗୁଲ୍ ୱାଲେଟ୍..
1 min readଶେଷରେ ଭାରତରେ ଲଞ୍ଚ କରିଛି ଗୁଗୁଲ୍ ୱାଲେଟ୍ । ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଯାଇ ଡାଉନଲୋଡ କରିପାରିବେ ପ୍ରତ୍ୟକ ଭାରତୀୟ । ଉପଭୋକ୍ତାମାନେ ଏଥିରେ ଡେବିଟ୍ କାର୍ଡ , କ୍ରେଡିଟି କାର୍ଡ , ଲିୟଲିଟି କାର୍ଡ ଏବଂ ଉପହାର କାର୍ଡ ଷ୍ଟୋର କରି ରଖି ପାରିବେ । ଗୁଗୁଲ ଏହାକୁ ଆଣ୍ଟ୍ରୋଡ ବ୍ୟବହାରକାରୀଙ୍କ ପାଇଁଁ ଉପଲବ୍ଧ କରିଛି ।
ଗୁଗୁଲ୍ ୱାଲେଟ୍ ରେ ଆପଣ ଆପଣଙ୍କର କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଗୁଗୁଲ୍ ୱାଲେଟ୍ ମାଧ୍ୟମରେ ସେମାନଙ୍କ କାର୍ଡ, ଟିକେଟ୍, ପାସ୍, ଏବଂ ଆଇଡି ସୁରକ୍ଷିତ ଭାବରେ ସଂରକ୍ଷଣ କରିପାରିବେ । ଗୁଗୁଲ୍ ପେ ଆପ୍ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ । ଟଙ୍କା ଏବଂ ଅର୍ଥ ପରିଚାଳନା ପାଇଁ ଗୁଗୁଲ୍ ପେ ବ୍ୟବହୃତ ହୁଏ । ଗୁଗୁଲର ଜିଏମ୍ ଏବଂ ଇଣ୍ଡିଆ ଇଞ୍ଜିନିୟରିଂ ଲିଡ୍ ରାମ ପାପାଟାଲା କହିଛନ୍ତି ଯେ ଗୁଗୁଲ୍ ପେ ଶେଷ ହେବ ନାହିଁ । ଏହା ପ୍ରାଥମିକ ଆପ୍ ରହିବ ।