Pratidin TV

Odisha's Digital News Platform

ପୁଣି ସମସ୍ୟା ଘେରରେ ଗୁଗୁଲ୍ , ଗଣିବ ମୋଟା ଅଙ୍କର ଜୋରିମାନା ..

1 min read

ପୁଣି ସମସ୍ୟା ଘେରରେ । ଏବେ ତଣ୍ଡ ଗଣିବ ଗୁଗୁଲ । ଦିଲ୍ଲୀ ହାଇକୋର୍ଟର ନିଷ୍ପତି ଅନୁସାରେ ଗୁଗୁଲ ଉପରେ ୧ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁଲ ଉପସ୍ଥାପନା ଏବଂ ୟୁରୋପୀୟ ପେଟେଣ୍ଟ ଅଫିସ (ଇପିଓ) ଦ୍ୱାରା ପେଟେଣ୍ଟ ପ୍ରତ୍ୟାଖ୍ୟାନ ସମ୍ପର୍କରେ ସୂଚନା ପ୍ରକାଶ କରିବାରେ ବିଫଳତା ପାଇଁ ହାଇକୋର୍ଟ ଏହି ଜରିମାନା ଲଗାଇଛନ୍ତି ।

ଏହାସହ ଗୁଗଲ ଦ୍ୱାରା ଆସିଥିବା ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ୍ ପେଟେଣ୍ଟ ଏବଂ ଡିଜାଇନର ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଜଷ୍ଟିସ୍ ପ୍ରତୀବା ଏମ ସିଂ । ଜଷ୍ଟିସ୍ ପ୍ରତୀବା ଏମ ସିଂ ଗୁଗଲ ଦ୍ୱାରା ଆସିଥିବା ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ୍ ପେଟେଣ୍ଟ ଏବଂ ଡିଜାଇନର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏନେଇ ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି, ଉଦ୍ଭାବନ ପଦକ୍ଷେପ ଅଭାବରୁ ଗୁଗଲର ଆବେଦନ ପ୍ରତ୍ୟାଖ୍ୟାନ ହୋଇଥିବାବେଳେ ଗୁଗଲ ଇପିଓ ପୂର୍ବରୁ ଏହି ଆବେଦନକୁ ଛାଡି ଦେଇଥିବା ଦାବି କରାଯାଇଛି । ପ୍ରଥମେ ଆଇପିଏବି ରଦ୍ଦ ହେବା ପରେ ଆବେଦନ ହାଇକୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ହେଲେ ଏବେ ହାଇକୋର୍ଟ ମଧ୍ୟ ଗୁଗଲର ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି

Advertisement

Leave a Reply

Your email address will not be published. Required fields are marked *