ଏବେ UPI ପେମେଣ୍ଟରେ ଲାଗିବ ଚାର୍ଜ…..ବନ୍ଦ ହେଲା ମାଗଣା ଟ୍ରାଞ୍ଜାକ୍ସନ!
1 min readସାରା ଦେଶ କ’ଣ ସାରା ବିଶ୍ୱରେ ଡିଜିଟାଲ ପେମେଣ୍ଟ ବ୍ୟବହାର କରୁଛନ୍ତି | ଆଉ ପଇସା ବ୍ୟବହାର କରୁନାହାନ୍ତି ସାଧାରଣ ଲୋକେ | ଦୈନଦିନ ଜୀବନରେ ଡିଜିଟାଲ ପେମେଣ୍ଟ ଧୀରେ ଧୀରେ ବଢ଼ିବାରେ ଲାଗିଛି | ଗୁପ୍ଚୁପ ଦୋକାନ ହେଉ କି ସପିଂ ମଲ ସବୁ ସ୍ଥାନରେ ବ୍ୟବହାର ହେଉଛି ଡିଜିଟାଲ ପେମେଣ୍ଟ | କିନ୍ତୁ ଏବେ ମହଙ୍ଗା ପଡ଼ିପାରିବ ଡିଜିଟାଲ ପେମେଣ୍ଟ | ଏବେ UPI ପେମେଣ୍ଟ କଲେ ଏଥିରେ ଲାଗିବ ଫି’ | ଏନେଇ ମିଳିଛି ସୂଚନା |
ଦୈନନ୍ଦିନ ଜୀବନରେ ସାଧାରଣ ଲୋକେ ବର୍ତ୍ତମାନ UPI କ୍ଷେତ୍ରରେ ଫୋନ ପେ’, ଗୁଗଲ ପେ’ର ଅଧିକ ବ୍ୟବହାର କରୁଛନ୍ତି | ଏହି ଡ଼ିଜିଟାଲ ପେମେଣ୍ଟ କମ୍ପାନୀରେ ଉପଭକ୍ତା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଏବେ ପର୍ଯ୍ୟନ୍ତ ଫି’ ନେବା ନିୟମ ଆରମ୍ଭ ହୋଇନି | କିନ୍ତୁ କମ୍ପାନୀ ଏଥିରେ ଚାର୍ଜ ଲଗାଇବା ପାଇଁ ପ୍ରସ୍ତୁତ ହେଉଛି | ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫି’ ନେବା ନିୟମ ଆଣିବା ପାଇଁ ଯୋଜନା ଚାଲିଛି |
ଡିଜିଟାଲ ବ୍ୟାଙ୍କିଙ୍ଗ ପରାମର୍ଶଦାତା ପାରଜତ ଗର୍ଗଙ୍କ ସୂଚନା ଅନୁସାରେ, ସମସ୍ତ UPI ୟୁଜର୍ସ ବର୍ତ୍ତମାନ ନଗଦ କାରବାର କରୁଛନ୍ତି। କୌଣସି ପ୍ରୋତ୍ସାହନ ବିନା ସେମାନେ ନୂତନ ଗ୍ରାହକ ଆଣିବା ନେଇ ଆଗ୍ରହୀ ହେବେ ନାହିଁ। ତେବେ ବର୍ତ୍ତମାନ ସୁଦ୍ଧା UPI ଫି ଉପରେ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ ରହିଛି।