Pratidin TV

Odisha's Digital News Platform

ଜେଲରେ ଭାଗବତ ସହ ବିବେକାନ୍ଦଙ୍କ ବହି ମାଗି ପଢୁଛି ଗୋପାଳ ; ଅନ୍ୟପଟେ ନାର୍କୋ-ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟକୁ ନେଇ..

1 min read

କଟକ : ରାଜ୍ୟର ହାଇପ୍ରୋଫାଇଲ ମର୍ଡର କେସ୍‌ରେ କଟକ ଚୌଦାର ଜେଲ ଗଲା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ । ଅନ୍ୟପଟେ ରାଜ୍ୟରେ ଗୋପାଳକୁ ନେଇ ଅନେକ କଳ୍ପନ।-ଜଳ୍ପନା ଜାରି ରହିଛି । କିଏ ଗୋପାଳକୁ ପାଗଳ କହୁଥିବା ବେଳେ କିଏ ତାକୁ ଠିକା ଚାଲାଖିଆର ଆଖ୍ୟା ଦେଇଛି । ସେହିଭଳି କିଏ ଗୋପାଳକୁ ଭିଲିଆନ କହୁଥିବା ବେଳେ କିଏ ତାକୁ ହିରୋ ମଧ୍ୟ କହୁଛି । ତେବେ ଗେ।।ପଳର ପ୍ରକୃତ ସତତ କେବଳ ଗୋପାଳକୁ ହିଁ ଜଣା ।

ତେବେ ଗୋପାଳକୁ ନେଇ ବର୍ତ୍ତମାନ ଏକ ଚକିତ-ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସୁଛି । ଯେ ଗୋପାଳ ଚୌଦାର ସର୍କଲ ଜେଲର ୩ ନଂ ସେଲରେ ରହୁଥିବା ବେଳେ ସେହି ସେଲର ଏଲଇଡି ଟିଭି ଖରାପ୍ ହୋଇପଡିଛି । ଏଭଳି ସ୍ଥିତିରେ ଗୋପାଳ ବିଭିନ୍ନ ଟିଭି ସିରିଏଲ ଦେଖିବାକୁ ପାଇଁ ଜେଲ କତ୍ତୃପକ୍ଷଙ୍କୁ ବାରମ୍ଭାର ଅନୁରୋଧ କରିଛି । ତେଣୁ ଯଥାଶ୍ରୀଘ୍ର ଟିଭିକୁ ଠିକ୍ କରିବାକୁ ଜେଲ୍ କତ୍ତୃପକ୍ଷ ମଧ୍ୟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

Advertisement

ଏସବୁ ଭିତରେ ଗୋପାଳର ଏକ ଚତ୍ମକାର ସଉକ୍ ସାମ୍ନାକୁ ଆସିଛି । ତାହ ହେଉଛି ପଢିବା । ଗୋପାଳ ଦିନକୁ ୩ ଟି ଓଡିଆ ଖବର କାଗଜ ପଢି ସାରିଦେଉଛି । ତାସହ ଗୋପାଳ ପ୍ରତ୍ୟକଦିନ ଭାଗବତ ଓ ବିବେକାନନ୍ଦଙ୍କ ବହି ଜେଲ୍ କତ୍ତୃପକ୍ଷଙ୍କ ଠାରୁ ମାଗି ପଢୁଥିବାର ଜଣାପଡିଛି । ଯାହ ସମସ୍ତଙ୍କୁ ବର୍ତ୍ତମାନ ଦ୍ୱନ୍ଧରେ ପକାଇଛି । ତେବେ ଗୋପାଳ ଓଡିଆ ଖବର କାଗଜ ପଢୁଥିବା ବେଳେ ତା ବିଷୟରେ ସପୃକ୍ତ ପେପରରେ ଅନେକ ପ୍ରକାରର ମନ୍ତବ୍ୟ ଦେଖିଲା ପରେ ବି ତା ମୁହଁରେ କୌଣସି ପ୍ରକାରର ବ୍ୟସ୍ତବିବ୍ରତା ଦେଖାଯାଇନାହିଁ । କିମ୍ବା କୌଣସି ପ୍ରକାରର ପ୍ରତିକ୍ରିୟା ମଧ୍ୟ ଗୋପାଳ ପ୍ରକାଶ କରିନାହିଁ । ଯାହା ଜେଲ କତ୍ତୃପକ୍ଷ ମାନଙ୍କୁ ଆଶ୍ଚର୍ଯ୍ୟ କରାଇଛି ।

ଅନ୍ୟପଟେ ହତ୍ୟାକାଣ୍ଡ ସମ୍ପର୍କିତ ବାଲାଷ୍ଟିକ୍ ରିପୋର୍ଟ , ନାର୍କୋ ଓ ପଲିଗ୍ରାଫ୍ ରିପୋର୍ଟ , ବଡ ଡାକ୍ତରଖାନା ମାନସିକ ରୋ ବିଭାଗର ରିପୋର୍ଟ , ଝାରସୁଗୁଡା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଥିବା ହାତଲେଖା ଚିଠି ସମ୍ପର୍କିତ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସି ନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *