ପ୍ରଦୀପ ପାଣିଗ୍ରାହୀଙ୍କୁ ରାସ୍ତାରେ ବିଜେଡିର ତୀବ୍ର ବିରୋଧ
1 min readଭୁବନେଶ୍ୱର : ଆଜି ସକାଳ ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସ୍ୱାଧୀନତା ଦିବସରେ ନିଜ ନିର୍ବାଚନ ମଣ୍ଡଳୀକୁ ଜାତୀୟ ପତାକା ଉତ୍ତୋଳନ କରିବା ନିମନ୍ତେ ଯାଉଥିବା ବେଳେ ରାସ୍ତା ଉପରେ ତାଙ୍କ ଗାଡିକୁ ଅଟକାଇଥିଲେ ବିଜେଡି କର୍ମୀ । ଏହାସହ ପ୍ରଦୀପ ପାଣିଗ୍ରାହି ‘ମୁର୍ଦ୍ଦାବାଦ ,ହାଏହାଏ’ ନାରା ଲଗାଇଥିଲେ ।
ସୂଚନା ଅନୁଯାୟୀ ପାଣିଗ୍ରାହୀ ଆଜି ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ପାଇଁ ରଙ୍ଗେଇଲୁଣ୍ଡା ବ୍ଲକ କମଳାପୁରକୁ ଯାଉଥିଲେ । ଏହି ସମୟରେ କମଳାପୁର ନିକଟର କିଛି ବିଜେଡି କର୍ମୀ ହଠାତ୍ ତାଙ୍କ ଗାଡି ସାମ୍ନାକୁ ଆଶି କଳାପତାକା ଦେଖାଇବା ସହ ନାରା ଲଗାଇ ବିରୋଧ କରିଥିଲେ । ଏହାପରେ ପାଣିଗ୍ରାହୀ ଗାଡି ବାହାରୁ ବାହାରି ବିଜେଡି କର୍ମୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଘଟଣାଟି ସୁଧୁରିବା ପରିବର୍ତ୍ତେ ଉତ୍ତେଜନା ବଢିବାରେ ଲାଗିଥିଲା । ଏଥିମଧ୍ୟରେ କିଛି ବିଜେଡି କର୍ମୀ ଓ ବିଧାୟକ ସହଯୋଗ କର୍ମୀମାନଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଯାଇଥିଲା । ତେବେ ବିଧାୟକ ମଧ୍ୟ ଏଥିରୁ ବର୍ତ୍ତୀ ପାରି ନଥିଲେ ।
ତେବେ ପ୍ରଦୀପ ପାଣିଗ୍ରାହୀ ଏକଦା ବିଜେଡିର ଆଗଧାଡିର ନେତା ଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ନିଜ ନିର୍ବାଚନ ମଣ୍ଡଳୀ ସହ ହିଞୀଳି ଦାୟିତ୍ୱ ମଧ୍ୟ ନେଇଥିଲେ । କିନ୍ତୁ ପରେ ଟଙ୍କା ହେରେଫେର୍ ମାମଲାରେ ପୋଲିସ୍ ତାଙ୍କ ଘର ଉପରେ ଚଢାଉ କରିବା ସହ ଗିରଫ୍ ମଧ୍ୟ କରିଥିଲା । କିଛି ନିଯୁକ୍ତି ଦେବା ନିମନ୍ତେ ପାଣିଗ୍ରାହୀଙ୍କ ପୁଅ ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଥିଲା । ଏହାପରେ ତାଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର ମଧ୍ୟ କରିଦିଆଯାଇଥିଲା ।