Pratidin TV

Odisha's Digital News Platform

ମହାକାଶରେ ଇତିହାସ ରଚିବେ ଗୋପୀଚାନ୍ଦ , ପ୍ରଥମ ଭାରତୀୟ ଭାବେ କରିବେ ମହାକାଶ ଯାତ୍ରା ..

1 min read

ମହାକାଶରେ ଇତିହାସ ରଚିବେ  ଗୋପୀଚାନ୍ଦ ଥୋଟାକୁରା।  ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ସେ ମହାକାଶକୁ ଯାତ୍ରା କରିବେ । ଯାହାକୁ ନେଇ ଗୋପିନାଥ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଗୋପୀଚାନ୍ଦ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍‌ କମ୍ପାନୀ ବ୍ଲୁ ଅରିଜିନର ନ୍ୟୁ ଶେଫର -୨୫ (ଏନ୍ଏସ୍-୨୫) ମିଶନ୍ ପାଇଁ ଚାଳକ ଦଳ ଭାବେ ମହାକାଶକୁ ଯାତ୍ରା କରିବେ। ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋଟାକୁରା ଆଜି ଅର୍ଥାତ ରବିବାର ମହାକାଶକୁ ଯାତ୍ରା କରିବେ।ଗୋପୀଚାନ୍ଦ ସ୍ପେସ୍‌ ଟୁରିଜିମ୍‌ ମିଶନର ଅଂଶ ସ୍ବରୂପ ବ୍ଲ୍ୟୁ ଅରିଜିନ ଏନ୍‌ଏସ୍‌-୨୫କୁ ନେଇ କାର୍ମାନ ଲାଇନ ଅତିକ୍ରମ କରିବା ପରେ ସେଠାରୁ ଫେରିବେ। ଗୋପି ହେଉଛନ୍ତି ଜଣେ ପାଇଲଟ ଏବଂ ଏଭିଏଟର୍।

ସେ ଗାଡି ଚଳାଇବା ପୂର୍ବରୁ ବିମାନ ଚଳାଇବା ଶିଖିଥିଲେ। ନିକଟରେ ସେ ମାଉଣ୍ଟ କିଲିମଞ୍ଜାରୋ ଶିଖରକୁ ମଧ୍ୟ ଯାଇଥିଲେ ।କାର୍‌ମାନ ଲାଇନ ହେଉଛି ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତ ମହାକାଶ ସୀମା। ସମୁଦ୍ର ପତ୍ତନଠାରୁ ୧୦୦ କିଲୋମିଟର ଉଚ୍ଚରେ ଏହା ଅବସ୍ଥିତ। ଆମେରିକାର ଓ୍ବେଷ୍ଟ ଟେକ୍ସାସର ଲଞ୍ଚ ସାଇଟ୍‌ ୱାନ୍‌ରୁ ବ୍ଲ୍ୟୁ ଅରିଜିନ ଏନ୍‌ଏସ୍‌୨୫ ଉତ୍‌କ୍ଷେପଣ ବେଳେ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଦେଖିହେବ। ଏହି ଉନ୍ମୋଚନ ସନ୍ଧ୍ୟା ୭ଟାରେ ହେବ ଏବଂ ବ୍ଲୁ ଅରିଜିନ୍‌ର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହା ଦେଖିବାକୁ ମିଳିବ। ଏହି କାର୍ଯ୍ୟକ୍ରମ ଲଞ୍ଚ ହେବାର ୪୦ ମିନିଟ୍ ପୂର୍ବରୁ ଆମେରିକାର ପଶ୍ଚିମ ଟେକ୍ସାସର ଲଞ୍ଚ ସାଇଟ୍ ୱାନରୁ ଷ୍ଟ୍ରିମ୍ ହେବ।  ଏହି ଯାତ୍ରା ପାଇଁ ୬ ଜଣଙ୍କୁ ବଛା ଯାଇଥିବାବେଳେ ଗୋପୀ ସେମାନଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ସେ ବେଶ୍ ଗର୍ବ ଅନୁଭବ କରୁଛନ୍ତି। ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ୍ ଓ୍ବିଙ୍ଗ କମାଣ୍ଡର ରାକେଶ ଶର୍ମା ୧୯୮୪ ମସିହାରେ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ଥିଲେ।

Leave a Reply

Your email address will not be published. Required fields are marked *