ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶକୁ ଯାତ୍ରା କରିବେ ଗୋପୀଚାନ୍ଦ ଥୋଟାକୁରା
1 min readନୂଆ ଇତିହାସ ରଚିବାକୁ ଯାଉଛନ୍ତି ପାଇଲଟ ଗୋପୀଚାନ୍ଦ ଥୋଟାକୁରା | ପର୍ଯ୍ୟଟକ ଭାବେ ସ୍ସେ ପ୍ରଥମ ଥର ପାଇଁ ମହାକାଶରେ ଯାତ୍ରା କରିବେ | ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏ କି ପ୍ରଥମ ଥର ପାଇଁ ଏଭଳି ପଦକ୍ଷପ ନେବାକୁ ଯାଉଛନ୍ତି | ଯାହାକୁ ନେଇ ଗୋପୀଚାନ୍ଦ ଥୋଟାକୁରା ଚର୍ଚ୍ଚାରେ ଅଛନ୍ତି | ସେ ଆମଜନର ପ୍ରତିଷ୍ଠାତା ଜେଫ ବଜେସ୍କରେ ସ୍ପେସ କମ୍ପାନୀ ବ୍ଲ୍ୟୁ ଅରିଜିନର ନ୍ୟୁ ସେପ ୨୫ ମିଶନ ପାଇଁ ଚାଳକ ଦଳ ଭାବେ ମହାକାଶକୁ ଯାତ୍ରା କରିବେ | ତେବେ କେବେ ସ୍ସେ ଯାତ୍ରା କରିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ | କିନ୍ତୁ ଖୁବ ଶୀଘ୍ର ମହାକାଶକୁ ଯାତ୍ରା କରିବା ନେଇ ତାରିଖ ଘୋଷଣା କରିବେ |
ବ୍ଲ୍ୟୁ ଅରିଜିନର ସୂଚନା ଅନୁସାରେ ଗୋପୀଚାନ୍ଦ ହେଉଛନ୍ତି ଜଣେ ପାଇଲଟ ଏବଂ ଏଭିଏଟର | ସେ ଚଳାଇବା ଶିଖିବା ପୂର୍ବରୁ ଫ୍ଲାଇଟ ଚଳାଇବା ଶିଖିଥିଲେ | ଗୋପୀ ଏରୋନେଟିକ ବିମାନ, ସି ବିମାନ, ଗ୍ଲାଇଡର, ଏବଂ ଆନ୍ତର୍ଜାତିକ ମେଡିକାଲ ଜେଟ ଓ ପାଇଲଟ ଭାବେ କାର୍ଯ୍ୟ କରୁଛନ୍ତି | ନିକଟରେ ସ୍ସେ ମାଉଣ୍ଟ କିଲି ମଞ୍ଜାରୋ ଶିଖରକୁ ଯାଇଥିଲେ | ଭାରତୀୟ ବାୟୁ ସେନାର ପୁର୍ବତନ ପାଇଲଟ ବିଙ୍ଗ କମାଣ୍ଡର ରାକେଶ ଶର୍ମା ୧୯୮4 ମସିହାରେ ମହାକାଶରେ ଯାତ୍ରା କରିଥିବା ପ୍ରଥମ ଭାରତୀୟ ଥିଲେ | କିନ୍ତୁ ବ୍ଲ୍ୟୁ ଅରିଜିନ କହିବାନୁସାରେ ଗୋପୀ ଜଣେ ଭଲ ପାଇଲଟ ଅଟନ୍ତି |
ମହାକାଶ ମିଶନରେ ସିଲେକ୍ଟ ହେବା ପରେ ଗୋପୀ କହିଛନ୍ତି ଯେ, ବ୍ଲ୍ୟୁ ଅରିଜିନର ତ୍ୟାଗ ଲାଇନ ହେଉଛି ପୃଥିବୀର ଲାଭ ପାଇଁ ଏବଂ ପୃଥିବୀର ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ | ତେବେ ମହାକାଶରେ ଜୀବନ ଖୋଜିବା ପାଇଁ ସମସ୍ତଙ୍କ ଚେଷ୍ଟା ଜାରି ରହିଛି | ମହାକାଶରେ ବଞ୍ଚିବା ସମ୍ଭବ କି ନୁହେଁ ତାହା ଜାଣିବା ପାଇଁ ସବୁବେଳେ ପ୍ରୟାସ କରାଯାଉଛି | ତେବେ ଏହି ଯାତ୍ରା ପାଇଁ ୬ ଜଣଙ୍କୁ ବଛା ଯାଇଛି | ସେମାନଙ୍କ ମଧ୍ୟରୁ ଗୋପୀଚାନ୍ଦ ଜଣେ ଭାରତୀୟ ହୋଇଥିବାରୁ ଭାରତବାସୀ ବହୁ ଗର୍ବ ଅନୁଭବ କରିଛନ୍ତି |