ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର ; OSSSCର ଏହି ସବୁ ବିଭାଗରେ ପ୍ରକାଶ ପାଇଲା ନିଯୁକ୍ତି …
1 min readଭୁବନେଶ୍ୱର : ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର OSSSC ର ବିଭିନ୍ନ ପୋଷ୍ଟରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ସରକାରୀ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (OSSSC) ମେଗା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
ତେବେ ଆସନ୍ତା ମାସରେ ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ) ଏବଂ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର(ଏଆରଆଇ), ଅମିନ, ଫରେଷ୍ଟର, ଷ୍ଟାଟିଷ୍ଟିକ୍ ଫିଲ୍ଡ ସର୍ଭେୟର୍ ଏବଂ ଲାଇଭଷ୍ଟକ୍ ଇନ୍ସପେକ୍ଟର ପଦବୀ ପୂରଣ ହେବ। ତାସହ ସଂଶୋଧିତ କ୍ୟାଲେଣ୍ଡର ଅନୁଯାୟୀ, ଲାବୋରେଟୋରୀ ଟେକ୍ନିସିଆନ, ରେଡିଓଗ୍ରାଫର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ପଦବୀ ପାଇଁ ବିଜ୍ଞାପନ ଚଳିତ ମାସ ପ୍ରକାଶ ପାଇବ। ତେବେ ଡେରି ନକରି ଶୀଘ୍ର କରନ୍ତୁ ଆବେଦନ ।
ଅମିନ – ମୋଟ ପୋଷ୍ଟ- ୬୮୬ ( ସରକାରୀ ବିଜ୍ଞପ୍ତିର ପ୍ରକାଶ ତାରିଖ- ଅକ୍ଟୋବର ୨୦୨୩)
ଲାବୋରେଟୋରୀ ଟେକ୍ନିସିଆନ-ମୋଟ ପୋଷ୍ଟ- ୯୨୧ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ଅଗଷ୍ଟ ୨୦୨୩)
ରେଡିଓଗ୍ରାଫର୍-ମୋଟ ପୋଷ୍ଟ- ୩୭୮ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ଅଗଷ୍ଟ ୨୦୨୩)
ଫରେଷ୍ଟର-ମୋଟ ପୋଷ୍ଟ- ୩୧୬ (ସରକାରୀ ବିଜ୍ଞପ୍ତି ଆଶା କରାଯାଉଥିବା ତାରିଖ- ଅଗଷ୍ଟ ୨୦୨୩)
ଫରେଷ୍ଟ ଗାର୍ଡ-ମୋଟ ପୋଷ୍ଟ- ୮୦୨ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ଅଗଷ୍ଟ ୨୦୨୩)
ପଶୁପାଳନ ନିରୀକ୍ଷକ-ମୋଟ ପୋଷ୍ଟ- ୭୧୯ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ଅଗଷ୍ଟ ୨୦୨୩)
ଫାର୍ମାସିଷ୍ଟ- ମୋଟ ପୋଷ୍ଟ- ୧୦୦ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ସେପ୍ଟେମ୍ବର ୨୦୨୩)
MPHW(M)-ମୋଟ ପୋଷ୍ଟ- ୧୪୫୧ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ସେପ୍ଟେମ୍ବର ୨୦୨୩)
ରାଜସ୍ୱ ନିରୀକ୍ଷକ-ମୋଟ ପୋଷ୍ଟ- ୫୬ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ଅକ୍ଟୋବର ୨୦୨୩)
ସହକାରୀ ରାଜସ୍ୱ ନିରୀକ୍ଷକ-ମୋଟ ପୋଷ୍ଟ- ୮୩୯ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ଅକ୍ଟୋବର ୨୦୨୩)
ICDS(ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭ୍ଲପମେଣ୍ଟ ସର୍ଭିସ୍) ସୁପରଭାଇଜର-ମୋଟ ପୋଷ୍ଟ- ୨୫ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ଅକ୍ଟୋବର ୨୦୨୩)
ଷ୍ଟାଟିଷ୍ଟିକ୍ ଫିଲ୍ଡ ସର୍ଭେୟର୍-ମୋଟ ପୋଷ୍ଟ- ୨୫୮ (ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ଅକ୍ଟୋବର ୨୦୨୩)
HEW(ହର୍ଟିକଲ୍ଚର୍ ଏକ୍ସଟେନସନ୍ ୱାର୍କର୍)-ମୋଟ ପୋଷ୍ଟ- ୯୪ (ସରକାରୀ ବିଜ୍ଞପ୍ତି ତାରିଖ- ଶୀଘ୍ର ପ୍ରକାଶ ପାଇବ )