Pratidin TV

Odisha's Digital News Platform

ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ , ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ ..

ଭଙ୍ଗ ହେଲା ଓଡିଶା ବିଧାନସଭା । ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ । ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ଭଙ୍ଗ ନେଇ ଆଜି ସୁପାରିଶ କରିଥିଲେ ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଡିଶା ବିଧାନସଭା ଭଙ୍ଗ ନେଇ ହୋଇଥିଲା ସୁପାରିଶ । ଆସନ୍ତାକାଲି (ମଙ୍ଗଳବାର) ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ବସିଥିଲା । ପୂର୍ବାହ୍ନ ସାଢ଼େ ୧୧ଟାରୁ ଏହି ବୈଠକ ଲୋକସଭା ଭବନରେ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସଭାପତିତ୍ୱ କରିଥିଲେ । ଏହା ଥିଲା ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଭାଗୀୟ ମନ୍ତ୍ରୀମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ ଓ ମନ୍ତ୍ରୀମଣ୍ଡଳ ଭଙ୍ଗ ପାଇଁ ଏହି ବୈଠକରେ ସଙ୍କଳ୍ପ ପାରିତ ହେବା ପାଇଁ ସୁପାରିଶ କରିଥିଲେ ।

ତେବେ ଏହି କ୍ୟାବିନେଟ ବୈଠକ ପରେ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ନିଷ୍ପତ୍ତି ହେବା ପରେ ବର୍ତ୍ତମାନ ଓଡିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଭୋଟ ଗଣତି ପରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ରଖିବାର ସାମ୍ବିଧାନିକ ପରମ୍ପରା ରହିଛି ।

Leave a Reply

Your email address will not be published. Required fields are marked *