Pratidin TV

Odisha's Digital News Platform

ମହାନତା ଦେଖାଇଲେ ମହାମହିମ , ମା କଟକ ଚଣ୍ଡୀଙ୍କ ଦର୍ଶନ ପରେ ଚିକିତ୍ସା ପାଇଁ ଦେଲେ ଆର୍ଥିକ ସାହାଯ୍ୟ ..

1 min read

ବଡ଼ ପଦବୀରେ ରହିଗଲେ ବ୍ୟକ୍ତିର ଜୀବନଶୈଳୀ ସତେ ଯେପରି ପରିବର୍ତ୍ତନ ଆସିଥାଏ । ଛୋଟ-ବଡ଼, ଧନୀ-ଗରିବ ଫରକ ସେହି ବ୍ୟକ୍ତିର ସମ୍ମୁଖକୁ ଚାଲିଆସେ । ହେଲେ ବଡ଼ ପଦବୀରେ ରହି ଛୋଟ-ବଡ଼ର ଫରକ୍ କିଛି ନଦେଖି ସମସ୍ତଙ୍କୁ ସମାନ ଦେଖୁଥିବା ମଣିଷଟି ବାସ୍ତବରେ ମହାନ । ସେହିପରି ଏକ ମହାନତା ଦେଖାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ମା’ କଟାକଚଣ୍ଡୀଙ୍କ ଦର୍ଶନ କରିବାପରେ ପରେ, ଜଣେ ଅସହାୟ ମାଆ ରୋଗୀଣା ପୁଅର ଚିକିତ୍ସା କରିବାରେ ସାହାଯ୍ୟ କରିଥିଲେ ମହାମହିମ । ମା କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ ।

କଟକ ଚଣ୍ଡୀମନ୍ଦିର ରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ପହଞ୍ଚମା’ ଚଣ୍ଡୀ ଙ୍କ ପାଖରେ ଦୀପ ପ୍ରଦାନ କରିଥିଲେ । ଆଜି ନବରାତ୍ରର ପ୍ରଥମ ଦିନରେ ମହାମହିମ ରାଜ୍ୟପାଳ ଚଣ୍ଡୀ ମନ୍ଦିର ଆସି ମା’ଙ୍କୁ ଦର୍ଶନ କରିବା ସହ ଓଡିଶାବାସୀ ଙ୍କ ପ୍ରଗତୀ ଓ ଖୁସି ପାଇଁ ମା’ଙ୍କୁ ପ୍ରାର୍ଥନା କରିଥିଲେ । ମା’ ଙ୍କୁ ଦର୍ଶନ କରି ଫେରିବା ସମୟରେ କଟକ ସିଡ଼ିଏ ସେକ୍ଟର-୭ ର ଚନ୍ଦନା ଚୌଧୁରୀ ନାମ୍ନୀ ଜଣେ ମହିଳା ନିଜ ନାବାଳକ ସନ୍ତାନର ଜେନେଟିକ୍ ଚିକିତ୍ସା ପାଇଁ ରାଜ୍ୟପାଳଙ୍କୁ ଭେଟି ଗୁହାରୀ କରିଥିଲେ । ରାଜ୍ୟପାଳ କିଛି ବାଛବିଚାର ନ କରି କୁନି ପିଲାର ଚିକିତ୍ସା ପାଇଁ ଅର୍ଥରାଶି ଯୋଗାଇ ଦେଇଥିଲେ । ସେହିଭଳି ଜଣେ ଛୋଟ ଝିଅ ତଥା ବାସ୍କେଟ ବଲ୍ ଖେଳାଳୀ ପାୟଲ ପରିଡ଼ାଙ୍କୁ ପାଖକୁ ଡ଼ାକି କିଛି ଅର୍ଥରାଶି ସାହାଯ୍ୟ କରିଛନ୍ତି ମହାମହିମ ରାଜ୍ୟପାଳ ।

Leave a Reply

Your email address will not be published. Required fields are marked *