Pratidin TV

Odisha's Digital News Platform

ସମ୍ବଲପୁରରେ ପହଞ୍ଚିଲେ ରାଜ୍ୟପାଳ ରଘୁବର ଦାସ , ବୁଝିଲେ ସାଧାରଣ ଜନତାଙ୍କ ଅସୁବିଧା ….

1 min read

ସମ୍ବଲପୁର ; ସମ୍ବଲପୁର ଗସ୍ତରେ ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ l ଆଜି ସମ୍ବଳପୁର ପହଞ୍ଚିବା ପରେ ରେଙ୍ଗାଲି ବିଧାନସଭା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ମହାମହିମ ରାଜ୍ୟପାଳ l ପୂର୍ବାହ୍ନ ସାଢେ ୧୧ ଟା ସମୟରେ ସମ୍ବଲପୁର ମହାନଗର ନିଗମରେ ଥିବା ଧନକଉଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚିଥିଲେ l ଏଠାରେ ସେ ପ୍ରଥମେ ସମ୍ବଲପୁର CDMPHO ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ଉପସ୍ଥିତି ରେ ଡାକ୍ତର, ପାରାମେଡିକ୍ସ, ହସ୍ପିଟାଲ କର୍ମଚାରୀ, ଆଶା କର୍ମୀ , ଅଙ୍ଗନବାଡି କର୍ମୀ, ଗର୍ଭବତୀ ମହିଳା, ରୋଗୀ ଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ l

ଡାକ୍ତରମାନଙ୍କ ସହ ସ୍ୱାସ୍ଥ୍ୟ ସେବା ଜନିତ ସୁବିଧା ଅସୁବିଧା ନେଇ ପଚାରି ବୁଝିଥିଲେ l ପରେ ସେ ଗର୍ଭବତୀ ମହିଳା ଙ୍କ ସହ ଡାକ୍ତରଖାନା ରେ ମିଳୁଥିବା ସ୍ୱାସ୍ଥ୍ୟ ସେବା ଓ ଅସୁବିଧା ନେଇ ବିଷଦ ଭାବେ ଆଲୋଚନା କରିଥିଲେ l ଏହି ସମୟରେ ୪ ଜଣ ଶିଶୁ ଙ୍କୁ ହରେଇ ସାରିଥିବା ଜଣେ ଗର୍ଭବତୀ ମହିଳା ଙ୍କ ସହ ଆଲୋଚନା କରି ତାଙ୍କୁ ଭଲ ଚିକିତ୍ସା ଦେବା ପାଇଁ CDMPHO ଙ୍କୁ ନିର୍ଦେଶ ଦେଇଥିଲେ କ୍ଷ ପରେ ସେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ଙ୍କ ସହ ଆଲୋଚନା କରି ଗର୍ଭବତୀ ମହିଳା ଙ୍କୁ କିପରି ସେବା ଓ ଚିକିତ୍ସା କାର୍ଯ୍ୟ ଜାରି ରହିଛି ସେନେଇ ଆଲୋଚନା କରିଥିଲେ l

ତେବେ ଏହି ଅବସରରେ ସେ ଆଶା ଓ ଅଙ୍ଗନବାଡି ଦିଦି ଙ୍କ ସହ ଆଲୋଚନା ସମୟରେ ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l ମୁଖ୍ୟତଃ ସ୍ଥାନୀୟ ଅଂଚଳ ରେ ନିଶା ଓ ମାଦକ ଦ୍ରବ୍ୟ ସେବନ ଯୋଗୁଁ ବହୁ ପରିବାର ନଷ୍ଟ ହେଉଥିବା କିଛି ଆଶାକର୍ମୀ କହିବା ପରେ ଏହା ଉପରେ ରୋକ ଲଗେଇବାକୁ ବ୍ୟାପକ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ ମହାମହିମ ରାଜ୍ୟପାଳ l ଏହା ପରେ ମହାମହିମ ରାଜ୍ୟପାଳ ରଘୁବର ଦାସ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରମେଡେଗା ଗାଁକୁ ଯାଇ ସେଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ l ସେଠାରେ ଅଙ୍ଗନବାଡି କର୍ମୀ,ଶିଶୁ ଓ ଅଭିଭାବକ ମାନଙ୍କ ସହ ସିଧା ସଳକ ଆଲୋଚନା କରି ସୁବିଧା ଅସୁବିଧା ନେଇ ପଚାରି ବୁଝିଥିଲେ l

Leave a Reply

Your email address will not be published. Required fields are marked *