Pratidin TV

Odisha's Digital News Platform

ଓଡିଶାରେ ଚିନ୍ତା ବଢାଇଲା କରୋନା , ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଜାରିକଲା ସ୍ୱାସ୍ଥ୍ୟ ବିଭାଗ ….

1 min read

ଭୁବନେଶ୍ୱର ; ପୁଣି ପଶିଲା କରୋନା ଛନକା । ରାଜ୍ୟବାସୀଙ୍କୁ ଡରାଇଲାଣି କରୋନାର ନୂଆ ଭାରିଆଣ୍ଟ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଜଣେ କୋଭିଡ୍ ପଜିଟିଭ୍ ଟିହ୍ନଟ ହେବା ପରେ ଓଡିଶାରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଲୋକମାନଙ୍କ ମନରେ କୋକୁଆ ଭୟ ଦେଖାଦେଇଛି । କାରଣ ଭୟଙ୍କର ମହାମାରୀ କରୋନା ଲୋକଙ୍କ ମନରେ ଛାଡିଯାଇଥିବା ଭୟ ଏଯାଏଁ ମନରୁ ଲିଭିନଥିବା ବେଳେ ପୁଣି ଥରେ ନିଜର କାୟା ବିସ୍ତାର କରିଛି କରୋନା ।

ତେଣୁ ଏସବୁକୁ ଦୃଷ୍ଟିରେ ରଖି କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡ଼େ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଭଳି ଲୋକଙ୍କୁ ଜନଗହଳି ଜାଗାକୁ ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି ।

ଦେଶରେ ଗତ ୨୪ ଘଣ୍ଟାରେ ୭୫୨ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆଉ ଚାରି ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ସେହିଭଳି ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କେରଳରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ ଔଘ.୧ ଚିହ୍ନଟ ହୋଇଥିଲା । ଏହାପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *