Pratidin TV

Odisha's Digital News Platform

(ଭିଡିଓ) ‘ମୋର ଏ ଲଢେଇ ସରିନି , ମୁଁ ପୁଣି ଫେରିବି ଭୁବନେଶ୍ୱର ’- ମୁକ୍ତିକାନ୍ତ

ଭୁବନେଶ୍ୱର : ମୋର ଏ ଲଢେଇ ଶେଷ ହୋଇନି । ମୁଁ ପୁଣି ଫେରିବି ରାଜଧାନୀ ରାଉଲକେଲା ଫେରିଯିବା ସମୟରେ ଏଭଳି ଚିତ୍କାର କରି ଗଳାପଠେଇ କହିଛନ୍ତି ମୁକ୍ତି କାନ୍ତ ।

ସୂଚନା ଅନୁଯାୟୀ ଗତକାଲି ମୁକ୍ତିକାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସିଧା ତାଙ୍କ ଘର ରାଉଲକେଲାକୁ ପଠ।ଯ।ଇଥିଲା । ଶନିବାର ହସ୍ପିଟାଲରୁ ୨ ଜଣ ପୋଲସି କର୍ମୀଙ୍କ କଡା ସୁରକ୍ଷାରେ ମୁକ୍ତିକାନ୍ତଙ୍କୁ ଷ୍ଟେସନ ।ଏ ନିଅ।ଯ।ଇଥିଲା ।ସେଠାରୁ ମୁକ୍ତିକାନ୍ତଙ୍କ ମାଉସୀ ପୁଅ ସୁଭମଙ୍କ ସହ ୨ ଜଣ ପୋଲିସ ଘରଯାଏ ଯାଇଥିଲେ । ମୁକ୍ତିକାନ୍ତଙ୍କ ମାନସିକ ସ୍ଥିତି ଭଲନଥିବା କହି ତାଙ୍କୁ ଘରକୁ ଠାଇଦେଇଛି ପୋଲିସ ପ୍ରଶାସନ । କିନ୍ତୁ କଣ ସତରେ ମୁକ୍ତିକାନ୍ତ ପାଗଳ । ନା ଏଠାରେ ମୁକ୍ତିକାନ୍ତଙ୍କ ଭଳି ନିଜ ସହର ପାଇଁ ଲଢୁଥିବା ପ୍ରତିବାଦ କରୁଥିବା ସବୁ ବ୍ୟକ୍ତି ଜଣେ ଜଣେ ପାଗଳ । କାହିଁକି ପୂରଣ ହେଲାନି ମୁକ୍ତିକାନ୍ତଙ୍କ ଆଶା । ରାଉଲକେଲାରୁ ଚାଲି ଚାଲି ଆସିଥିବା ମୁକ୍ତିଙ୍କୁ କାହିଁକି ଦେଖାକଲେନି ନବୀନ ବାବୁ । ନିଜ ପ୍ରାଣ ଦେଇ ନବୀନଙ୍କୁ ଦେଖାକରିବାକୁ ଚାହୁଁଥିବା ମୁକ୍ତି ହଠାତ୍ କେମିତି ହୋଇଗଲେ ପାଗଳ !

କିନ୍ତୁ ସମାଜ ଆଗରେ ପାଗଳ ବନାଯାଇଥିବା ମୁକ୍ତି ଗାଁକୁ ଫେରିବା ସମୟରେ ଏକ ପ୍ରଣ କରିାଇଛନ୍ତି । ଯ।ହା ବର୍ତ୍ତମାନ ସରକାରଙ୍କୁ ଡରାଇଛି । ରାଉଲକେଲା ଫେରିବା ବାଟରେ ମୁକ୍ତି କହିଥିଲେ ଯେ ‘ ମୋର ଏ ଲଢେଇ ସରିନି । ମୁଁ ପୁଣି ଫେରିବି ଭୁବନେଶ୍ୱର’ ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇଥିବା ବେଳେ ସେଠାରେ ଏକ ସାଧାରଣ ସଭାରେ ରାଉରକେଲା ସରକାରୀ ହସ୍ପିଟାଲକୁ ୪୦୦ ଶଯ୍ୟା ବିଶିଷ୍ଟ ମଡେଲ କ୍ୟାପିଟାଲ ହସ୍ପିଟାଲରେ ପରିଣତ କରିବା ପାଇଁ କହିବା ସହିତ ଭେଣ୍ଟିଲେଟର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ୍ କୋଏଲ ନଦୀରେ ଷ୍ଟୋରେଜ ନିର୍ମାଣ ଓ ନଦୀ କଡ଼ରେ ରିଙ୍ଗ ରୋଡ ଏବଂ ନଦୀ ବନ୍ଧ ନିର୍ମାଣ ପାଇଁ କଥା ଦେଇଥିଲେ। କେବଳ ସେତିକି ନୁହେଁ, ନୂଆ ଗାଁ ବିର୍ଶା ଅଞ୍ଚଳରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀଙ୍କ ସୁବିଧା ପାଇଁ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ଯୋଜନାକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏସବୁ ମଧ୍ୟରୁ କୌଣସି କାମର ଆରମ୍ଭ ମଧ୍ୟ ହୋଇପାରିନାହିଁ ।

ଏନେଇ ମୁକ୍ତିକାନ୍ତ ରାଉଲକେଲାରୁ ଉକ୍ତ ମଡେଲକୁ କାନ୍ଧରେ ବୋହି ଚାଲି ଚାଲି ଭୁବନେଶ୍ୱର ଆସିଥିଲେ ନବୀନ ବାବୁଙ୍କୁ ଦେଖାକରିବା ଲାଗି । କିନ୍ତୁ ତାଙ୍କୁ ଦେଖାକରିବାର ଅନୁମତି ମିଳିନଥିଲା । ଏନେଇ ମୁକ୍ତି ରାଜଭବନ ଆଗରେ ଧାରଣା ଦେଇଥିଲେ । ଧାରଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୁକ୍ତିଙ୍କୁ ଭେଟି ନଥିଲେ । ଶେଷରେ ମୁକ୍ତି ଉପାୟ ଶୂନ୍ୟ ହୋଇ ସେଠାରେ ଲାଗିଥିବା ଏକ ହୋଡିଂ ଉପରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରବର୍ତ୍ତି ସମୟରେ ପୋଲିସ ଏବଂ ଅଗ୍ନିବାହୀ ବିଭାଗର ଚେଷ୍ଟାରେ ଉଦ୍ଧାର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

Leave a Reply

Your email address will not be published. Required fields are marked *