Pratidin TV

Odisha's Digital News Platform

ଫେଲ ମାରିଛି ସରକାରଙ୍କ ବସୁଧା ଜଳ ଯୋଜନା , ଏପଟେ ବ୍ଲକ ସାରା ପାଣି ପାଇଁ ଡହଳ ବିକଳ ଲୋକେ ..

1 min read

ଦେବଗଡ଼ : ଫେଲ ମାରିଛି ବସୁଧା ଜଳ ଯୋଗାଣ, ଖରା ଦିନେ ଗ୍ରାମାଞ୍ଚଳରେ ଦେଖାଦେଇଛି ପିଇବା ପାଣି ସମସ୍ୟା, ଦିର୍ଘଦିନ ହେବ ପାଣି ଟୋପେ ପାଇଁ ଡହଳ ବିକଳ ଲୋକେ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ଥିବା ପ୍ରତ୍ୟକ ଗୃହ ଗୁଡ଼ିକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କରିବା ପାଇଁ ୨୦୧୭ ଅକ୍ଟୋବରରେ ମାନ୍ୟଵର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବସୁଧା ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଲୋକ ମାନଙ୍କ ପିଇବା ପାଣି ସମସ୍ୟା ଦୂରିକରଣ ପାଇଁ ବସୁଧା ଜଳ ଯୋଗାଣରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଛି ପ୍ରକଳ୍ପ ।
ହେଲେ କାଗଜ କଲମରୁ କାମ ସରିଥିବା ବେଳେ କେଉଁଠି ମୂଳରୁ ବରୁଏଲ ନଥାଇ ଚାଲୁଛି ତ କେଉଁଠି କାମ ସମ୍ପୂର୍ଣ୍ଣ ନହୋଇ ଆସିଛି ପଡିରହିଛି ପ୍ରକଳ୍ପ ।

Advertisement

ହେଲେ ପାଣି ବାଲଟିଏ ପାଇଁ ନଳକୂପ ପାଖରେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡୁଛି । ସରକାରୀ RTI ତଥ୍ୟ ଅନୁଯାୟୀ RWS ଓ S division Deogarh ଠାରେ ସୂଚନା ପାଇଁ ଜାଣିବାକୁ ମିଳିଛି କି ରିଆମାଳ ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତର ୩୨ଗୋଟି ପ୍ରକଳ୍ପରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୧୬କୋଟିରୁ ଅଧିକ ବେୟ ଅଟକଳ ହୋଇଛି କିନ୍ତୁ ଅଧାରୁ ଅଧିକ ଖରାପ ହୋଇଥିବା ବେଳେ ଅନେକ ଗ୍ରାମରେ କେଉଁଠି ବରୁଏଲ ନାହିଁ ତ କେଉଁଠି ପାଇପ ମଧ୍ୟ ବିଛା ହୋଇନାହିଁ , ଆଉ କେଉଁଠି ମୋଟର ଖରାପ ଥିବା ବେଳେ କେଉଁଠି କାଯ୍ୟକ୍ଷମ ନ ହୋଇ ଆଗୁଆ ଇଲେକ୍ଟ୍ରି ବିଲର ସମସ୍ୟା ଦେଖାଦେଇଛି । ହେଲେ କଥା ଉଠୁଛି ଯେଉଁଠି ଅଧାପନ୍ତରିଆ ଭାବେ ପଡିରହିଛି ପ୍ରକଳ୍ପ କାମ ।

ସେଇଠି ପାଣି ଟାଙ୍କି ମଟରର ଇଲେକ୍ର୍ଟି ବିଲ ଆସିଲା କେମିତି । ଏବାବଦରେ କାର୍ଯ୍ୟର୍ନିର୍ବାହୀ ଯନ୍ତୀଙ୍କୁ କଲ ମାଧ୍ୟମରେ ପଚାରିବାରୁ ମହୋଦୟ ଜନ୍ମଜୟ ହାସେଦ ପ୍ରତିକ୍ରିୟାରେ ସଫାଈ ଦେବାକୁ ଚେଷ୍ଟ। କରୁଛନ୍ତି । ଏବାବଦରେ ଆମର ଜିଲ୍ଲା ପ୍ରତିନିଧି ପ୍ରତ୍ୟକ ଗ୍ରାମର ଗ୍ରାଉଣ୍ଡ ୦ କୁ ଯାଇ ତଥ୍ୟ ସଂଗ୍ରହ କରିବା ସହିତ ଲୋକଙ୍କ ପ୍ରତିକ୍ରିୟା ଆଣିଥିଲେ ଯାହାକି ସରକାରଙ୍କ ଯୋଜନାରେ କେହି ସନ୍ତୁଷ୍ଟ ନଥିବା ଜଣାପଡୁଛି । ସେହିପରି ରିଆମାଳ ପଞ୍ଚାୟତର ବାବରାକୋଟ, ତାବଡା ପଞ୍ଚାୟତର ରଙ୍ଗମାଟିଆ, ଚଡେଇମରା ପଞ୍ଚାୟତ ଝରାବେର୍ଣୀ ଗ୍ରାମରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଦେଖିବାକୁ ବାକି ରହିଲା ଲୋକଙ୍କ ପିଇବା ପାଣି ସମସ୍ୟା ଦୂରିକରଣ ପାଇଁ ରିଆମାଳ ବ୍ଲକରେ ଥିବା ସମସ୍ତ ପ୍ରକଳ୍ପ ବର୍ଷା ଆସିବା ପୂର୍ବରୁ ଠିକ ହୋଇ ପାରୁଛି ନା ନାହିଁ।

Leave a Reply

Your email address will not be published. Required fields are marked *