Pratidin TV

Odisha's Digital News Platform

ସରକାରଙ୍କ ବଡ ନିଷ୍ପତ୍ତି : ଖୁବଶ୍ରୀଘ୍ର ବନ୍ଦ ହୋଇଯିବ ମାଗଣା ରାସନ

1 min read

ଭୁବନେଶ୍ୱର : ଖୁବ ଶ୍ରୀଘ୍ର ସରକାରଙ୍କ ମାଗଣା ରାସନ ଯୋଜନା ବନ୍ଦ ହେବାକୁ ଯାଉଛି । ବିଭାଗର କହିବା ଅନୁଯାୟୀ ଏହି ଯୋଜନାକୁ ଆଗକୁ ବଢାଇବାରେ ଅନେକ ଅସୁବିଧା ଉପୁଜୁଛି । ତେଣୁ ଏପରି ସ୍ଥିତିରେ ଗରିବଙ୍କ ପାଇଁ ହୋଇଥିବା ଏହି ଯୋଜନାକୁ ସରକାର ଖୁବ୍ ଶ୍ରୀଘ୍ର ବନ୍ଦ କରାଇବାର ସୂଚନା ମିଳିଛି ।


ବିଭାଗର ନିଷ୍ପତ୍ତି ପରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବାକୁ ନେଇ ଯୋଜନା ଚାଲିଛି । ପ୍ରକୃତରେ କରୋନା କାଳରେ ଦେଶରେ ଗରିବ ପରିବାରଙ୍କ ଆୟ ହୋଇପାରୁନଥିଲା । ଏମିତିରେ ସେମାନଙ୍କ ମୈାଳିକ ଆବଶ୍ୟତାକୁ ପୂରଣ କରିବାକୁ ଯାଇ ସରକାର ଏହି ଯୋଜନାକୁ ବାହାର କରିଥିଲେ । ଯାହାର ନାମ ରଖାଯାଇଥିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ଏହି ଯୋଜନାରେ ଗରିବ ମାନଙ୍କୁ ମାଗଣାରେ ରାସନ ସୁବିଧା ଦିଆଯାଉଥିଲା । ଯାହାକି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବନ୍ଦ ହେବ ବୋଲି ଶୁଣିବାକୁ ମିଳୁଛି ।
ବିତ୍ତ ମନ୍ତ୍ରାଳୟ ଅନ୍ତର୍ଗତ ଆସୁଥିବା ବ୍ୟୟ ବିଭାଗ ସରକାରଙ୍କୁ ଏହା ସମ୍ପର୍କରେ ପ୍ରସ୍ତାବ ଦେଇଥିଲା ଯେ ଏହାକୁ ସେପ୍ଟେମ୍ବର ମାସରେ ଆଗକୁ ଯେପରି ନବଢାଯାଉ ।

Advertisement


ବ୍ୟୟ ବିବାଗ କହିବା ଅନୁଯାୟୀ ଏହି ଯୋଜନା ଦେଶରେ ବିତ୍ତୀୟ ବୋଝକୁ ବଢାଉଛି । ଯାହାକି ଆଦୈା ଉଚିତ ନୁହେଁ । ଗତମାସ ପେଟ୍ରୋଲ ଓ ଡିଜେଲ ଉପରେ ଦିଆଯାଊଥିବା ଟାକ୍ସ କୁ କମ୍ କରିବା ଫଳରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ର ଅତିରିକ୍ତ ଟାକ୍ସ ରାଜସ୍ୱ ଉପରେ ପଡିଥିଲା । ଏମିତିରେ ମାଗଣାରେ ରାସନ ଅଧିକ ଦିନ ଦେଲେ ଆହୁରି ଅସୁବିଧା ହୋଇପାରେ । ମହାମାରୀ ର ପ୍ରଭାବ କମ୍ ହେବା ପରେ ମାଗଣା ରାସନ ଦେବା ଯୋଜନାକୁ ବନ୍ଦ କରାଯାଇପାରେ ।
କରୋନା ପରେ ସରକାର ଫୁଡ ସବସିଡି ଉପରେ ଅଧିକ ଖର୍ଚ୍ଚ କରୁଛନ୍ତି । ସୂଚନା ମୁତାବକ ଦେଶରେ ପାଖାପାଖି ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦିଆଯାଉଛି । ଏମିତିରେ ଯଦି ଆଉ ୬ ମାସ ଆହୁରି ଅଧିକ ସମୟ ନିଆଯାଏ ତେବେ ଫୁଡ ସବସିଡି ର ପାଖାପାଖି ୮୦ ହଜାର କୋଟି ଟଙ୍କା ବଢି ୩.୭ ଲକ୍ଷ କୋଟି ଟଙ୍କାରେ ହୋଇଯିବ । ଯାହାକି ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଯିବ ।

Leave a Reply

Your email address will not be published. Required fields are marked *