Pratidin TV

Odisha's Digital News Platform

ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୀପାବଳୀ ଉପହାର ପେଡି…

1 min read

ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ । ପରେ ପରେ ପାଖେଇ ଆସୁଛି ଦୀପାବଳୀ । ସରକାରୀ କର୍ମଚାରୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରହିଛି ଦୀପାବଳିର ବଡଭେଟି । ସମସ୍ତ ସରକାରୀ ଚାକିରିଆଙ୍କ ପାଇଁ ଦିପାବଳୀ ଉପହାର ପେଡି ରହିଛି । ଆସନ୍ତା ନଭେମ୍ବର ୧୨ ତାରିଖରେ ଦୀପାବଳିରେ ବଳିରେ କର୍ମଚାରୀ ମାନଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଗ୍ରୁପ ବି’ ସମେତ ଗ୍ରୁପ ଡି’ ଓ ଗ୍ରୁପ ସି’ ବର୍ଗର କର୍ମଚାରୀମାନେ ଏଥିରୁ ଉପକୃତ ହେବେ । କର୍ମଚାରୀଙ୍କ ୩୦ ଦିନର ଦରମା ସହିତ ୭ ହଜାର ଟଙ୍କାର ବୋନସ ପାଇବେ ବୋଲି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରଣାଳୟ । କୌଣସି ବୋନସ ସ୍କିମରେ ନଥିବା ଅଣ ଗେଜେଟେଡ କର୍ମଚାରୀଙ୍କୁ ମଧ୍ୟ ଏହି ବୋନସ ମିଳିବ । ଅର୍ଥମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦୨୨-୨୩ ପାଇଁ କେନ୍ଦ୍ର ସରକାର ଅଣ ଗେଜେଟେଡ କର୍ମଚାରୀଙ୍କ ପାଇଁ ୭ ହାଜର ଟଙ୍କା ବୋନସ ଘୋଷଣା କରିଛନ୍ତି । ନିର୍ଦ୍ଦେଶ ଅନୁସାରେ ଯେଉଁ କର୍ମଚାରୀ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଚାକିରି କରିଥିବେ ଏବଂ ୨୦୨୦-୨୧ ବିତ୍ତୀୟ ବର୍ଷରେ ୬ ମାସ ଲଗାତାର ଚାକିରି କରିଥିଲେ ସେମାନେ ଏହି ବୋନସରୁ ଲାଭବାନ ହେବେ ।ଏହି ବୋନସ ଘୋଷଣା ପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Advertisement

Leave a Reply

Your email address will not be published. Required fields are marked *