Pratidin TV

Odisha's Digital News Platform

ଢହଳ ବିକଳ ଅଭାବୀ ରୋଗୀ ; ପୋଲ ତଳେ ଖତ ଖାଉଛି ମାଳ ମାଳ ପେଟି ସରକାରୀ ଔଷଧ

ହରଭଙ୍ଗା : ସରକାର ଜନସାଧାରଣଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଓ ମାଗଣାରେ ଔଷଧ ବିତରଣ ପାଇଁ ନିରାମୟ ଯୋଜନା ବ୍ୟବସ୍ତା ରହିଥିଲେ ମଧ୍ୟ୍ୟ ରୋଗୀକୁ ଔଷଧ ଦିଆନଯାଇ ପେଟି ପେଟି ଔଷଧ ଫୋପଡା ହେଉଛି ଜାତୀୟ ରାଜପଥ କଡରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ମାଧପୁର ଛକ ଠାରୁ ଦଶପଲ୍ଲା ରାସ୍ତାର ୧କିଲୋମିଟର ଆଗକୁ ଗଲେ ଏକ ପୋଲ ତଳେ ଉକ୍ତ ଔଷଧ ପେଟି ପଡ଼ିଥିବା ଦେଖିବାକୁ ମିଳିଥିଲା ।

ସେ ସମୟରେ କିଛି ପ୍ରତକ୍ଷଦର୍ଶୀଙ୍କ କହିବା ଅନୁଯାଇ ରବିବାର ସନ୍ଧ୍ୟା ସମୟରେ ବୌଦ୍ଧ ପଟୁ ଏକ କାରଦ୍ରୁତ ଗତି ରେ ଆସି ପୋଲ ନିକଟରେ ଅଟକି କାର ଭିତରୁ ୮/୯ ପେଟି ଝାଡାସିରପ ଏବଂ କ୍ରୁମି ସିରପ, ସାଲାଇନ ବୋତଲ, ଭିଟାମିନ, ସିରାଫ, ଟାବଲେଟ, ଓ଼ଆର ଏସ, ଗ୍ଳୋବ୍ସ, ଇଞ୍ଜକ୍ସନ, ସିରିଞ୍ଚ, ଇତ୍ୟାଦି ପେଟି ପୋଲ ତଳକୁ ଫୋପାଡୁ ଥିବାର ଦେଖିବା କୁ ପାଇଥିଲେ । ପରେ ଗାଡିଟି ସମସ୍ତ ଜିନିଷ ଫିଙ୍ଗି ବୈାଦ୍ଧ ପଟକୁ ହଟାତ ଫେରି ଆସିଥିବା ଜଣାପଡିଛି । ହେଲେ ସରକାର ମାଗଣାରେ ରୋଗୀକୁ ଔଷଧ ଯୋଗାଇ ଦେଉଥିଲେ ସୁଧା ଡାକ୍ତର ଖାନାରେ ପେଟି ପେଟି ଔଷଧ ରୋଗୀ ପାଇବା ବଦଳ ରେ ଖତ ଖାଉଛି।

ଫିଙ୍ଗା ଯାଇଥିବା ଓଷଧ ଗୁଡାକର ଏକ୍ସପାଏର୍ ୨୦୧୪ ମସିହା ରେ ସରିଯାଇଥିଲେ ସୁଦ୍ଧା ମେଡିକାଲ ଭିତରେ ୯ ବର୍ଷ ହେଲା ରଖା ଯାଇଥିଲା କିପରି ବୋଲି ସାଧାରଣ ରେ ସ୍ୱାସ୍ଥ୍ୟ ବିଭାଗ କାର୍ୟ୍ୟପ୍ରତି ଏକ ପ୍ରଶ୍ନ ଉଠୁଛି କ୍ଷସବୁଠାରୁ ଆଶ୍ଚର୍ୟ୍ୟ ରକଥାହେଲା ଏକ୍କପାଏର ର ୯ବର୍ଷପରେ ଔଷଧ ଆଣି ଏହି ଜଂଗଲ ମଧ୍ୟରେ ଫିଗିବାର କାରଣ କ, ଣ ଏବଂ ଏତେବର୍ଷ ହେଲା ରଖିଥିଲେ କେଉଁଠାରେ। ଯାହା ଜଣାପଡୁଛି ଏହି ଔଷଧ ପେଟି ଗୁଡିକ ସ୍ଥାନୀୟ ମେଡିକାଲରୁ ଅଣାଯାଇ ଏଠାରେ ଫୋପାଡି ଥିବାର ଅନୁମାନକରାଯାଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *