Pratidin TV

Odisha's Digital News Platform

ଏବେ ଆଉ ଚିନ୍ତା ନାହିଁ , ଝିଅ ବାହାଘର ପାଇଁ ସରକାର ଦେବେ ଟଙ୍କା ..

1 min read

ଝିଅ ବାହାଘରରେ ସବୁଠୁ ବଡ ସମସ୍ୟା ସାଜିଥାଏ । ଗରିବ ବାପା ମାଆ ପାଇଁ ଝିଅ ବାହାଘର କରିବା ବହୁତ କଷ୍ଟକର ହୋଇପଡ଼ିଥାଏ । ତେବେ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଆଣିଛନ୍ତି ନୂଆ ଯୋଜନା । ଏହି ଯୋଜନାରେ ଝିଅ ବାହାଘରରେ ମିଳିବ ଟଙ୍କା । ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯେଉଁ ଯୋଜନାରେ ଗରିବ ପରିବାର ଲୋକମାନଙ୍କୁ ଝିଅ ବାହାଘର ପାଇଁ ମିଳିବ ଟଙ୍କା । ଏପରିକି ବିଧବା ଏବଂ ଛାଡପତ୍ର ପାଇଥିବା ମହିଳାମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ । ଏହି ଯୋଜନା ଅଧିନରେ ସରକାର ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଯୋଗାଇ ଦେବେ ସରକାର , ଯାହାଫଳରେ ଝିଅ ମାନଙ୍କ ବିବାହରେ କୌଣସି ଅସୁବିଧା ହେବ ନାହିଁ ।

ଏହା ବ୍ୟତୀତ ଯଦି ଗୋଷ୍ଠୀ ବିବାହ କରିବାକୁ ନିଷ୍ପତ୍ତି ନିଆଯାଏ, ତେବେ ସରକାର ମଧ୍ୟ ଏଥିରେ ସାହାଯ୍ୟ କରିବେ । ସରକାରଙ୍କ “କନ୍ୟା ବିବାହ ଯୋଜନା ୨୦୨୪”ରେ ଆବେଦନ କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଅଛି । ନିୟମ ଅନୁଯାୟୀ, ବିବାହ ସମୟରେ ଝିଅର ବୟସ ଅତି କମରେ ୧୮ ବର୍ଷ ଏବଂ ପୁଅର ବୟସ ଅତି କମରେ ୨୧ ବର୍ଷ ହେବା ଆବଶ୍ୟକ । ଯେଉଁମାନେ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ସେମାନଙ୍କୁ ସମଗ୍ର ପୋର୍ଟାଲରେ ରେଜିଷ୍ଟର କରିବାକୁ ପଡିବ । ବିବାହ ଯୋଜନାର ପଞ୍ଜୀକରଣ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଅର୍ଥାତ ଏହି ଯୋଜନାରେ ୩୦ ଜୁନ୍ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ । ଏହି ଯୋଜନା କେବଳ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *