Pratidin TV

Odisha's Digital News Platform

ଲୋକସଭା ଇଲେକ୍ସନ ପୂର୍ବରୁ ଜାରି ହେଲା ଡିପଫେକ ଡିଟେକ୍ସନ ଟୁଲ….

1 min read

ସାରା ଦେଶରେ ଡିପଫେକ ଭିଡ଼ିଓକୁ ନେଇ ଚର୍ଚ୍ଚା | ଏଥିପାଇଁ ବଢୁଛି ଚିନ୍ତା | ପ୍ରଥମେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡ଼ିଓ ସାମ୍ନାକୁ ଆସିଥିଲା ପରେ ଏହିପରି ଭାବରେ ଡିପଫେକର ଶିକାର ହୋଇଛନ୍ତି ଅନେକ ସେଲିବ୍ରିଟି | ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଜଣଙ୍କ ଚିତ୍ର ଅତି ସହଜରେ ପ୍ରସ୍ତୁତ କରି ବଦନାମ କରାଯାଉଛି ଏବଂ ସାଇବର ଲୁଟ୍‌ ଭଳି ଘଟଣା ସାମ୍ନାକୁ ଆସୁଛି । ତେଣୁ ଆଗକୁ ଆସୁଥିବା ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି |ସୂଚନା ଅନୁଯାୟୀ ସରକାର ୨୦୨୪ ର ଲୋକସଭା ନିର୍ବାଚନ ପୂର୍ବରୁ ଡିପଫେକ ଡିଟେକ୍ସନ ଏକ୍ସପର୍ଟ ଟିମ ଏହାକୁ ଚିହ୍ନଟ ପାଇଁ ପ୍ରସ୍ତୁତ କରୁଛି |

ଗୃହ ମନ୍ତ୍ରାଳୟର ସାଇବର ବିଙ୍ଗ ଡିପାର୍ଟମେଣ୍ଟ ବହୁତ ଜଳଦି ଏହି ଡେ଼ଟେକ୍ସନ ନେଇକି ଆସୁଛନ୍ତି |ସୂଚନା ମୁତାବକ ଏହି ଟୁଲ ଉପରେ ବହୁତ ବଡ ଆକାରରେ କାମ ଆରମ୍ଭ ହୋଇସାରିଛି | ଯେଉଁଥିରେ ବ୍ୟୁରୋ ଅଫ ପୋଲିସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଓ MHA ୧୪ (ଇଣ୍ଡିଆନ ସାଇବର କ୍ରାଇମ କୋଡିନେସନ ସେଣ୍ଟର) ଡିପାର୍ଟମେଣ୍ଟ ରିସର୍ଚ୍ଚ କରି ଡିଟେକ୍ସନ ଟୁଲ ପ୍ରସ୍ତୁତି ଆରମ୍ଭ କରିସାରିଛି | ମନ୍ତ୍ରାଳୟ ସୂଚନା ଅନୁଯାୟୀ ସାରା ଦେଶରେ ଥିବା ପ୍ରତ୍ୟକ ସାଇବର ଥାନାରେ ଏହି ଡିଟେକ୍ସନ ଟୁଲ ପୋଲିସଙ୍କୁ ଦିଆହୋଇଯିବ | ଏହି ଟୁଲ ସାହାଯ୍ୟରେ ଭିଡ଼ିଓ ଡେ଼ଟେକ୍ଟ କରିବା ସହଜ ହେବ |

Advertisement

ଏହି ଡିପଫେକ ହେଉଛି ସରଳ ଭାଷାରେ କହିବାକୁ ଗଲେ ଏଥିରେ ଭିଡ଼ିଓ ଏଡିଟିଂ ହେଉ କି ଫଟୋ ମୋଫିଙ୍ଗ କରିବାରେ ସାହାଯ୍ୟ କରିଥାଏ | ଏହାକୁ ଲୋକେ ଖରାପ କାମରେ ବ୍ୟବହାର କରୁଛନ୍ତି | ସେଥିପାଇଁ ଏହାକୁ ଡିଟେକ୍ଟ କରିବା ପାଇଁ କେନ୍ଦ୍ର ସରକାର ଏକ ଡଟକତା ଟୁଲ ପ୍ରସ୍ତୁତ କରୁଛି |

Leave a Reply

Your email address will not be published. Required fields are marked *