G-20 ରେ ପ୍ରତ୍ୟକ ଅତିଥିଙ୍କୁ ଭାରତ ସରକାର ଦେବେ ୧ହଜାର ଟଙ୍କା , ପଛରେ ରହିଛି ଏହି ବଡ କାରଣ …..
1 min readନୂଆଦିଲ୍ଲୀ : G-20 ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ବିଦେଶରୁ ଛୁଟିଛି ଅତିଥି ମାନଙ୍କ ସୁଅ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ସବୁ ଅତିଥି କିଭଳି ସୁରୁଖୁରରେ ପହଞ୍ଚିବେ ତାର ବ୍ୟବସ୍ଥା କରିଛି ଭାରତ । ତେବେ ଏଥର ଜି-୨୦ ର ମୂଳଲକ୍ଷ୍ୟ ରହିବ ଯେ ଏହି ମଞ୍ଚ ମାଧ୍ୟମରେ ଭାରତ କେଉଁଭଳି ବିକାଶ କରିଛି ଏବଂ ଡିଜିଟାଲ କ୍ଷେତ୍ରରେ ନିଜକୁ ପ୍ରମାଣ କରିଛି । ଏହା ସହ ବ୍ୟାଙ୍କିଙ୍ଗ୍ ,ଡିଜିଟାଲ ଟ୍ରାଜାକ୍ସନରେ ଭାରତ ପାଇଥିବା ଅଗ୍ରଗତି ବିଷୟରେ ମଧ୍ୟ ଅନ୍ୟ ଦେଶଗୁଡିକ ଜାଣିପାରିବେ ।
ଏହି କ୍ରମରେ ଜି-୨୦କୁ ଆସୁଥିବା ବିଦେଶୀ ଅତିଥିମାନଙ୍କୁ ଡିଜିଟାଲ ଇଣ୍ଡିଆ ବାବଦରେ ପୂର୍ଣ୍ଣ ସୂଚନା ଦେବାକୁ ଭାରତ ତରଫରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ବିଦେଶୀ ଅତିଥିମାନଙ୍କୁ ଭାରତ ତରଫରୁ ୧ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ । ଏନେଇ ସରକାରଙ୍କ ତରଫରୁ ସବୁ ସମ୍ଭାବିତ ଅତିଥିମାନଙ୍କର ଏକ ୱାଲେଟ ପ୍ରସ୍ତୁତ କରାଯାଇଛି ।
ଅତିଥୀମାନଙ୍କ ୱାଲେଟକୁ ଯେଉଁ ୧ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ ସେହି ଟଙ୍କାରେ ସେମାନେ ବୈଠକ ସ୍ଥଳରେ ଲାଗିଥିବା ଷ୍ଟଲ ବା ଦୋକାନମାନଙ୍କରୁ ଜିନିଷ କିଣିବେ । ଜି-୨୦ ସଭାସ୍ଥଳରେ ବହୁ ପ୍ରକାରର ଷ୍ଟଲ ଲାଗିଛି । ଏହି ଷ୍ଟଲରେ ସେହିସବୁ ଜିନିଷ ବିକ୍ରି କରାଯାଉଛି ତାହା ଭାରତୀୟ ପରମ୍ପରା ଓ ସଂସ୍କୃତି ସହ ଜଡିତ । ଅତିଥୀମାନେ ସେମାନଙ୍କ ୱାଲେଟକୁ ଟ୍ରାନ୍ସଫର କରାଯାଇଥିବା ଟଙ୍କାକୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରି ଏଠାରୁ ଜିନିଷ କିଣିପାରିବେ । କୁହାଯାଇଛି କି ଅତିଥୀମାନେ ନିଜେ ୟୁପିଆଇ ବ୍ୟବହାର କରିବା ଦ୍ୱାରା ସେମାନେ ଜାଣିପାରିବେ କି ଡିଜିଟାଲ ନେଣଦେଣ ଭାରତରେ କିଭଳି ସହଜରେ କାରବାର କରିବାରେ ସହାୟକ ହେଉଛି ।
ଏହା ଦ୍ୱାରା ମଣିଷର ଦୈନନ୍ଦିନ ଜୀବନ କେତେ ସୁବିଧାଜନକ ହୋଇଯାଇଛି । ଖୁଚୁରା ଟଙ୍କା ବଦଳରେ ଅନଲାଇନ୍ ପେମେଣ୍ଟ ଦ୍ୱାରା ସବୁ କାର୍ଯ୍ୟ କେତେ ଶୀଘ୍ର ଆଉ ସହଜରେ ଭାରତରେ ଚାଲିଛି । ତେବେ ଭାରତ ସରକାରଙ୍କ ଉଦ୍ଦେଶ୍ୟ ଅନୁଯାୟୀ ୟୁପିଆର ବ୍ୟବହାର କେବଳ ଭାରତରେ ସୀମିତ ନରହୁ । ଏହାର ଉପଯୋଗ କରି ସବୁ ଦେଶ ଲାଭବାନ ହୁଅନ୍ତୁ । ବର୍ତ୍ତମାନ ସୁଦ୍ଧା ଭାରତ ନିଜ ୟୁପିଆଇ ବ୍ୟବସ୍ଥାକୁ ଶ୍ରୀଲଙ୍କା , ଫ୍ରାନ୍ସ,ରୟୁକ୍ତ ଅରବ ଅମୀରାତ ଆଉ ଇତ୍ୟାଦି ଅନେକ ଦେଶ ଭାରତ ସହ ଯୋଡିହୋଇ ସାରିଛନ୍ତି ।