Pratidin TV

Odisha's Digital News Platform

୨୫ ବର୍ଷ ହେବ ଗାଁରେ ପହଞ୍ଚିପାରିନିି ବିକାଶ ; ଜରିପାଲ ତଳେ ଅନ୍ଧାରରେ ବିତୁୁଛି ଜୀବନ…

ଜଳେଶ୍ୱର : ଆଦିବାସୀ ଗ୍ରାମରେ ବିକାଶ ନାମରେ ବାହା ବାହା ନେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ରାଜକୋଷ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । କିନ୍ତୁ ସେ ସବୁ ଫଳପ୍ରଦ ହେଉଛି ନା ନାହିଁ ତାର କୌଣସି ପ୍ରମାଣ ନାହିଁ । ଆଜିବି ଏମିତି ଆଦିବାସୀ ଗାଁ ରହିଛି ଯେଉଁଠି ବିକାଶ ଅପହଞ୍ଚ । ଆମେ କହୁଛୁ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକର ଆମ୍ବିଶୋଳ ଗାଁ । ଯେଉଁଠି ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକର ଆମ୍ବିଶୋଳ ଆଦିବାସୀ ଗାଁ । ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଗାଁ ଅବସ୍ଥିତ । ଏଠାକୁ ଯିବା ପାଇଁ ଏକ ମାତ୍ର ରାସ୍ତା ଜଙ୍ଗଲ । ରାତି ହେଲେ ଜଙ୍ଗଲି ବନ୍ୟ ଜନ୍ତୁ ଭୟ । ଏହି ଗାଁର ବିକାଶରାଜ୍ୟ ସରକାରଙ୍କ ଆମ ଗାଁ ବିକାଶର ନାରା କୁ ଶକ୍ତ ଚାପୁଡ଼ା ଦେଇଛି । ଏଠି ସମସ୍ୟା ଅନେକ କିନ୍ତୁ ବିକାଶ ଅପହଞ୍ଚ, ୨୫ ବର୍ଷ ହେବ ଗାଁ କୁ ରାସ୍ତା ନାହିଁ , କି ବିଜୁଳି ନାହିଁ କେବଳ ଖଣ୍ଡିଏ ପାଣି ଟାଙ୍କି କରିଦେଇ ଚୁପ ବସିଛି ପ୍ରଶାସନ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ସୁବିଧା ରୁ ଢେର ପଛରେ ଏହି ଗାଁ ।

ବାଲେଶ୍ଵର ସଦର ମହକୁମା ଠାରୁ ପ୍ରାୟ ୮୦ କିଲୋମିଟର, ଜଳେଶ୍ୱର ବ୍ଲକ ଠାରୁ ପ୍ରାୟ ୨୨କିଲୋମିଟର ଏହି ଗାଁ । ସବୁଠୁ ବଡ଼ କଥା ଏହି ଗାଁ ଲାଗି ରହିଛି ପଡ଼ୋଶୀ ପଶ୍ଚିମବଙ୍ଗ । ପିଲାଙ୍କୁ ପାଠ ପଢା ଠାରୁ ଆରମ୍ଭ କରି , ଉନ୍ନତ ଚିକିତ୍ସା ଏବଂ ହାଟ ବଜାର ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛନ୍ତି ଏଠିକାର ଲୋକେ । ଏଠି ବିଜୁଳି ସଂଯୋଗ ରହିଛି ସତ କିନ୍ତୁ ଦିନ କୁ ମାତ୍ର ୫ ରୁ ୪ ଘଣ୍ଟା ପାଇଁ। ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ବହୁ ଧନ ଜୀବନ ନଷ୍ଟ ହେଉଛି , ତେଣୁ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଥିଲେ ଘର ଖଣ୍ଡେ ଏମାନଙ୍କ ପାଇଁ ସ୍ୱପ୍ନ । ଯେଅଗ୍ୟ ହିତାଧିକାରୀ ଚିହ୍ନଟ ହୋଇ କାନ୍ଥରେ ଅଟକଳ ଛପା ହୋଇଛି ସତ କିନ୍ତୁ ଏଯାଏଁ ବି ଆବାସ ଯୋଜନା ନାଁରେ ମିଳିନି ଟଙ୍କାଟିଏ ।

ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ନିକଟରେ ଏମାନେ ବାରମ୍ବାର ଅଭିଯୋଗ କରିଛନ୍ତି । କିନ୍ତୁ ଏବାବଦରେ କୌଣସି ପ୍ରସାଶନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ହେଲେ ଏମାନଙ୍କ ଦୁଃଖ କେହି ଶୁଣୁନାହାନ୍ତି । ସରକାର ଯଦି ଏମାନଙ୍କ ଦୁଃଖ ଶୁଣନ୍ତେ ସରକାରୀ ସୁବିଧା ସୁଯୋଗ ଯୋଗାଇ ପାରନ୍ତେ । ଏହି ଗ୍ରାମର ଲୋକେ ବେଶ ଉପକୃତ ହୋଇ ପାରନ୍ତେ ।

Leave a Reply

Your email address will not be published. Required fields are marked *