Pratidin TV

Odisha's Digital News Platform

କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ଚେତାବନୀ, ‘ଡିପଫେକ’ପ୍ରସ୍ତୁତକାରୀଙ୍କୁ ମିଳିବ କଠୋର ଦଣ୍ଡ…

1 min read

କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି । ନିକଟରେ ତେଲୁଗୁ ଆକ୍ଟ୍ରେସ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା । ଯାହା ତାଙ୍କର ନୁହେଁ । ଏହି ଭାଇରାଲ୍ ଭିଡିଓଟି ସୋସିଆଲ୍ ମିଡିଆ ପ୍ରଭାବଶାଳୀ ଜାରା ପଟେଲଙ୍କର ଥିଲା । ହେଲେ ଜାରା ପଟେଲଙ୍କ ଚେହେରାକୁ ରଶ୍ମିକା ମନ୍ଦନାଙ୍କ ମୁହଁରେ ବଦଳାଯାଇଥିଲା । ପରେ ଏହାକୁ ନେଇ ବିଗ ବି ମଧ୍ୟ ସ୍ୱର ଉଠାଇଥିଲେ । ଏବଂ ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଥିଲେ । କେବଳ ରଶ୍ମିକା ନୁହଁନ୍ତି ସଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ମଧ୍ୟ ଏମିତି କିଛି ଘଟଣା ଘଟିଥିଲା । ତେବେ ଏହି ଡିଫଫେକ ଭିଡିଓ ବା ଫଟୋ ଭାଇରାଲ ହେବା ପରେ ସରକାର ଏହାକୁ ନେଇ କଠୋରତା ପ୍ରଦର୍ଶନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଗଣତନ୍ତ୍ର ପାଇଁ ଡିପଫେକ୍ ଏକ ନୂଆ ବିପଦ । ତେଣୁ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସରକାର ଅନୁଭବ କରୁଛନ୍ତି । ବୈଠକରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ଏହାର କିପରି ଅନୁସନ୍ଧାନ କରାଯିବା ଉଚିତ୍ ?ଏହା କିପରି ଭାଇରାଲ୍ ନହେବ ?ଜଣେ ଉପଭୋକ୍ତା ଏହାକୁ କିପରି ରିପୋର୍ଟ କରିପାରିବେ ଏବଂ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ?ଏହା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତେ କିପରି ଏକତ୍ର କାର୍ଯ୍ୟ କରିବା ଉଚିତ୍ ? ଡିପଫେକ୍ ପାଇଁ କଠୋର ନିୟମର ଆବଶ୍ୟକତାକୁ ବୁଝାଯାଇଛି ଏବଂ ଏଥିପାଇଁ କିଛି ନିୟମ ପ୍ରସ୍ତୁତ କରାଯିବ । ଆଇଟି ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଆମେ ନିୟମାବଳୀ ପ୍ରସ୍ତୁତ କରୁ, ଆମେ ଅପଲୋଡ୍ / ସୃଷ୍ଟି ଏବଂ ପ୍ଲାଟଫର୍ମ ଉପରେ ଉଭୟ ବ୍ୟକ୍ତିଙ୍କ ଉପରେ ଦଣ୍ଡବିଧାନ କରିବାକୁ ମଧ୍ୟ ବିଚାର କରିବୁ । ଆମର ପରବର୍ତ୍ତୀ ବୈଠକ ଡିସେମ୍ବର ପ୍ରଥମ ସପ୍ତାହରେ ହେବ ।

Advertisement

Leave a Reply

Your email address will not be published. Required fields are marked *