Pratidin TV

Odisha's Digital News Platform

ନିୟମ କୁ ଫୁ କରି ନିର୍ବାଚନୀ ରାଲିରେ ଯୋଗଦେଲେ ସରକାରୀ ବାବୁ..

1 min read

ଗୁରୁବାର ନରସିଂହପୁରରେ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଦଳୀୟ ରାଲି ଓ ପ୍ରଚାର କରୁଥିବା ବେଳେ ସେଥିରେ ନରସିଂହପୁର ବ୍ଲକର ଜଣେ ସରକାରୀ କର୍ମଚାରୀ ସାମିଲ ହୋଇଥିଲେ। ସରକାରୀ କର୍ମଚାରୀ ହେଉଛନ୍ତି ନରସିଂହପୁର ବ୍ଲକ ବୋକଡା ଗ୍ରାମ ପଂଚାୟତର କୃଷି ମିତ୍ର ହେମନ୍ତ କୁମାର ବେହେରା । ତେବେ ପୁର୍ବରୁ ମଧ୍ୟ ଦଳୀୟ କର୍ମୀ ଭାବରେ ହେମନ୍ତ ବହୁବାର ବିଜେପି ରାଲି, ନାମାଙ୍କନ ଶୋଭାଯାତ୍ରା ରେ ବୁଲିଛନ୍ତି।

ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାରୀ ନିୟମ ଓ ନିର୍ବାଚନ ଆଚରଣ ସଂହିତାକୁ ହେମନ୍ତ ଭୁକ୍ଷେପ କରି ନାହାନ୍ତି। ସେପଟେ ସେ କହିଛନ୍ତି ମୋଦି ଓ ଶାହ ଙ୍କ ଦଳ ରେ ବୁଲିଲେ କିଛି କ୍ଷତି ନାହିଁ। ଏଣୁ ସରକାରୀ ନିୟମ ଓ ଆଚରଣ ସଂହିତା କୁ ଖୋଲା ଖୋଲି ଉଲଂଘନ କରି ହେମନ୍ତ ବିଜେପି ଦଳରେ ବୁଲି ପ୍ରଚାର କରୁଛନ୍ତି। ଏନେଇ ନରସିଂହପୁର ବିଡ଼ିଓ ଓ ଆଠଗଡ଼ ଉପଜିଲ୍ଲାପାଳଙ୍କ ସହ କଟକ ଜିଲ୍ଲାପାଳ ଦୃଷ୍ଟି ଦେଇ କୃଷି ମିତ୍ର ଙ୍କୁ ସରକାରି ଚାକିରୀ ରୁ ବହିଷ୍କାର ପାଇଁ ଦାବି ହୋଇଛି।

Advertisement

Leave a Reply

Your email address will not be published. Required fields are marked *