ସରକାରଙ୍କ ବଡ଼ ଘୋଷଣା, ୩୦ ଟଙ୍କାରେ ଖାଉଟିଙ୍କୁ ଯୋଗାଯିବ ଆଳୁ ।
1 min readଆଳୁ ପାଇଁ ଏବେ କ୍ଷତି ସହିବେ ସରକାର ଆଉ ଲାଭ ଉଠାଇବେ ଖାଉଟି । ରାଜ୍ୟ –ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ଆଳୁକୁ ନେଇ ଫାଟ ଏବେ ସମାଧାନର ବାଟରେ । କାରଣ ରାଜ୍ୟରେ ଆଳୁ ସମସ୍ୟାକୁ ନେଇ ଯେ ରାଜନୀତି ଚାଲିଥିଲା କିମ୍ବା ଖାଉଟିମାନେ ଅସୁବିଧାର ସାମ୍ନା କରୁଥିଲେ ତାହାକୁ ନେଇ ଏବେ ସମାଧାନର ବାଟ ଫିଟିଛି । ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଲୋକଙ୍କୁ ଦେବେ ଆଳୁ .. ରାଜ୍ୟର ସବୁ ସ୍ଥାନରେ କିଲୋପିଛା ୩୦ ଟଙ୍କାରେ ମିଳିବ ଆଳୂ । ସରକାର ଚଢା ଦରରେ ଆଣିଲେ ମଧ୍ୟ ୩୦ ଟଙ୍କାରେ ଖାଉଟିଙ୍କୁ ଯୋଗାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।