Pratidin TV

Odisha's Digital News Platform

ତୁରନ୍ତ ରାଜଭବନ ଖାଲି କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷ

1 min read

ତୁରନ୍ତ ରାଜଭବନ ଖାଲି କରିବା ନେଇ ପୋଲିସକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ | ଆଜି ସକାଳେ ପୋଲିସ କର୍ମଚାରୀଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ନିର୍ଦ୍ଦେଶ ଦେଇଛନ୍ତି | ଏନେଇ ଜଣେ ଅଧିକାରୀ ଏହି ବିଷୟରେ ସୂଚନା ଦେଇଛନ୍ତି |

ସୂଚନା ଅନୁଯାୟୀ, ବୋଷ ରାଜଭବନର ଉତ୍ତର ଫାଟକ ନିକଟରେ ଅବସ୍ଥିତ ପୁଲିସ ପୋଷ୍ଟକୁ ‘ଜନ ମଞ୍ଚ’ରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ରାଜଭବନରେ ନିୟୋଜିତ ପୁଲିସ ଅଧିକାରୀଙ୍କ ସମେତ ରାଜଭବନ ଭିତରେ ନିୟୋଜିତ ହୋଇଥିବା ଅଧିକାରୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

କିଛି ଦିନ ପୂର୍ବେ ପୋଲିସ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ରାଜ୍ୟର ନିର୍ବାଚନ ପରବର୍ତ୍ତୀ ହିଂସ୍ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବୋଷଙ୍କ ସହ ଭେଟିବା ପାଇଁ ରାଜ ଭବନରେ ପ୍ରବେଶ କରିବାକୁ ଅଟକ କରିଥିଲେ | ଏହାପରେ ରାଜ୍ୟପାଳ ଲିଖିତ ନୋଟିସ ଜରି କରିଥିଲେ କିନ୍ତୁ ପୋଲିସ ତାଙ୍କ ନାତିଫସିକୁ ମଧ୍ୟ ଖାତିର କରିନଥିଲେ | ତେବେ ବର୍ତ୍ତମାନ ତୁରନ୍ତ ରାଜଭବନ ଖାଲି କରିବା ନେଇ ରାଜ୍ୟପାଳ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

ସୂଚନା ଅନୁଯାୟୀ, ପୁଲିସ ଗୁରୁବାର ଧାରା ୧୪୪ ଜାରିା ଦ୍ୱାହି ଦେଇ ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ହୋଇଥିବା ପୀଡିତଙ୍କୁ ରାଜଭବନରେ ପ୍ରବେଶ କରିବାକୁ ଅଟକାଇଥିଲା। ଏହା ପରେ ରାଜ୍ୟପାଳଙ୍କ ଘର ବାହାରେ ବହୁ ସଂଖ୍ୟାରେ ଲୋକେ ଏକାଠି ହେବାକୁ ମନା କରିଥିଲା। ଏହା ପରେ ବିଜେପି ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ ଜଣେ ବ୍ୟକ୍ତି କୋଲକାତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଲିଖିତ ଅନୁମତି ଥିବା ସତ୍ତ୍ୱେ ପୁଲିସ ତାଙ୍କୁ ରାଜଭବନ ଭିତରକୁ ଛାଡି ନଥିବା ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *