Pratidin TV

Odisha's Digital News Platform

(ଭିଡିଓ)‘ମୋ ସ୍ୱାମୀ ଷ୍ଟ୍ରଙ୍ଗ୍ ତାଙ୍କୁ ପ୍ଲାନ୍ କରି ହତ୍ୟା କରାଯାଇଛି ’- ଗୋବିନ୍ଦ ସାହୁଙ୍କ ପତ୍ନୀ

ଭୁବନେଶ୍ୱର : ମୋ ସ୍ୱାମୀ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ଗଣ ମାଧ୍ୟମଆଗରେ ଆଜି ଏଫରି ଏକ ବିସ୍ପୋରକ ବୟାନ ରଖିଲେ ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀ । ଆହୁରି ମଧ୍ୟ କହିଲେ ଯେ ମୁଁ ଅଭିଯୋଗ କରିଛି । ପୋଲିସମାନଙ୍କ ଆଖିଆଗରେ କିପରି ମୋ ସ୍ୱାମୀ ଆତ୍ମହତ୍ୟା କରିପାରିଲେ । ସେମାନେ କରୁଥିଲେ କଣ । ଜେଲରେ କଣ କିଛି ନିୟମ କାନୁନ୍ ନାହିଁ । ମୋ ସ୍ୱାମୀ ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟାମ କରିନାହାନ୍ତି । ବରଂ ତାଙ୍କୁ ମାରିଦିଆଯାଇ ଏପରି ଦେଖାଯାଇଛି । ଆଉ ଏସବୁ ପାଇଁ କେବଳ ପୋଲିସ ଦାୟୀ ।

ସୂଚନା ଥାଉକି, ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲ ଭିତରେ ଗୋବିନ୍ଦ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଜେଲ୍ ପରିସରରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଚି ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆଜି ସେ କୋର୍ଟରେ ହାଜର ହେବାର ଥିଲା। କିନ୍ତୁ ତା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ମୃତ୍ୟୁକୁ ନେଇ ଏବେ ଉଠିଛି ବହୁ ପ୍ରଶ୍ନ। ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ।

Leave a Reply

Your email address will not be published. Required fields are marked *