Pratidin TV

Odisha's Digital News Platform

୧ ହଜାର କୋଟି ଟଙ୍କା ଅନଲାଇନ ପଞ୍ଜି ସ୍କାମ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ ଓଡିଶାର EOW

1 min read


ମୁମ୍ବାଇ: EOW ସ୍କାନରରେ ବଲିଉଡ଼ର ଲୋକପ୍ରିୟ ଅଭିନେତା ଗୋବିନ୍ଦା । ଏକ ହଜାର କୋଟିରୁ ଅଧିକ ଅନଲାଇନ ପଞ୍ଜି ସ୍କାମ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ ଓଡିଶାର ଅର୍ଥନୈତିକ ଅପରାଧ ଶାଖା । ଗତ ଜୁଲାଇରେ ଗୋଆ ଠାରେ sta ( ସୋଲାର ଟେକନୋ ଆଲାଂଶ) ର ଗ୍ରାଣ୍ଡ ଲଞ୍ଚ ର ଶୁଭାରମ୍ଭ କରି ଗୋବିନ୍ଦା ଏହି ପଞ୍ଜି ସ୍କିମ୍ ରେ ଅର୍ଥ ବିନିଯୋଗ କରିବାକୁ ଲୋକଙ୍କୁ କହିଥିଲେ । ତେବେ ବର୍ତ୍ତମାନ ଏହା ଏକ ଠକେଇ ସଂସ୍ଥା ବୋଲି ଜଣାପଡିବା ପରେ ଗୋବିନ୍ଦାଙ୍କର ଏହା ସହ କଣ ଭୁମିକା ରହିଛି ତାହା ତାଙ୍କୁ ପଚାରାଉଚରା ପରେ ସ୍ପଷ୍ଟ ହେବ । ଏହା ଏକ ଠକେଇ ସଂସ୍ଥା ବୋଲି ଗୋବିନ୍ଦା ପୂର୍ବରୁ ଜାଣିଥିଲେ କି ନାହିଁ , ତାଙ୍କୁ କଣ କହି ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗୋବିନ୍ଦା କେତେ ଟଙ୍କା ନେଇଥିଲେ ଏସବୁ ବିଷୟରେରେ ଖୋଳତାଡ୍ କରିବ eow । ତଦନ୍ତ ପ୍ରକ୍ରିୟା ପରେ ଗବିନ୍ଦା ଅଭିଯୁକ୍ତ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି eow IG ଜୟନାରାଣ ପଙ୍କଜ ସୂଚନା ଦେଇଛନ୍ତି । ଅପରପକ୍ଷେ sta ଅଳ୍ପ ସମୟ ମଧ୍ୟରେ ବେଶୀ ଲାଭ ଆଶା ଦେଖେଇ ସମଗ୍ର ଦେଶରେ ଟଙ୍କା ଠକି ଚାଲିଥିଲା । ଦେଶରୁ ପାଖାପାଖି ଦୁଇ ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ଠକି କୋଟି କୋଟି ଟଙ୍କା ହାତେଇଥିଲା । କେବଳ ଓଡ଼ିଶାର ୮୦୦ ସହ ଲୋକଙ୍କ ଠାରୁ ପ୍ରାୟ ୩୦କୋଟିରୁ ଅଧିକ ଟଙ୍କା ହରିଲୁଟ କରିଛି sta ।୧ ହଜାର କୋଟି ଟଙ୍କା ଅନଲାଇନ ପଞ୍ଜି ସ୍କାମ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ ଓଡିଶାର eow

Advertisement


ଅନ୍ୟପଟେ ଅଗଷ୍ଟ ୬ ରେ ଓଡ଼ିଶା ଅର୍ଥନୈତିକ ଅପରାଧିକ ଶାଖା ଏହି ପଞ୍ଜି ସ୍କାମରେ sta ମୁଖ୍ୟ ଗୁରତାଜ ସିଂ କୁ ରାଜସ୍ଥାନ ରୁ ଗିରଫ କରିଥିଲା । ଗିରଫ ପରେ ରିମାଣ୍ଡ ରେ ଆଣି ପଚରା ଉଚରା କରିବା ପରେ ଠକେଇ ଟଙ୍କା ବିଜ୍ଞାପନ ଦେଇଥିଲା ଗୁରୁତାଜ । ସେହିପରି ବଲିଓଡ଼ ଅଭିନେତା ଗୋବିନ୍ଦା ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ନେଇଥିଲା ଓ sta ପାଇଁ ପ୍ରମୋସ୍ନାଲ ଭିଡିଓ କରିଥିଲେ । ଯେଉଁଥିପାଇଁ ଗୋବିନ୍ଦା ଙ୍କୁ ଜେରା ପାଇଁ ନୋଟିସ ଜାରି କରିଛି । ଖୁବଶୀଘ୍ର ଓଡ଼ିଶାରୁ eow ର ସ୍ୱତନ୍ତ୍ର ଟିମ୍ ଗାବିନ୍ଦାଙ୍କୁ ଜେରା କରିବେ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *