Pratidin TV

Odisha's Digital News Platform

ଘୋଷଣା ହେଲା ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର , ବିଜ୍ଞାନ ରତ୍ନ ପାଇବେ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନ୍ ..

1 min read

ଘୋଷଣା ହେଲା ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ବିଜେତାଙ୍କ ନାଁ। ଭାରତର ପ୍ରଥମ ବିଜ୍ଞାନ ରତ୍ନ ପୁରସ୍କାର ପାଇଁ ପ୍ରସିଦ୍ଧ ଜୈବ ରସାୟନବିତ୍‌ ଗୋବିନ୍ଦରାଜନ ପଦ୍ମନାଭନଙ୍କ ନାମକୁ ଚୟନ କରାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷଠାରୁ କେନ୍ଦ୍ର ସରକାର ଏହି ସମ୍ମାନଜନକ ପୁରସ୍କାର ଆରମ୍ଭ କରିଛନ୍ତି।

 ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ୭୪ ବର୍ଷୀୟ ଗୋବିନ୍ଦରାଜନ ଇଣ୍ଡିଆନ୍‌ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌ସି)ର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେ ଏବେ ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ୩୩ ଜଣିଆ ତାଲିକାରେ ବାଇଓଲୋଜିକାଲ ସାଇନ୍ସ ପାଇଁ ବିଜ୍ଞାନ ରତ୍ନ ପାଇବେ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନ୍ । ୧୩ ଜଣଙ୍କୁ ମିଳିବ ବିଜ୍ଞାନ ଶ୍ରୀ, ୧୮ ଜଣଙ୍କୁ ମିଳିବ ବିଜ୍ଞାନ ଯୁବ ଏବଂ ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ। ଆସନ୍ତା ୨୩ରେ ଜାତୀୟ ମହାକାଶ ଦିବସ ଅବସରରେ ଏହି ପୁରସ୍କାରଗୁଡ଼ିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବେ। ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଚନ୍ଦ୍ରଯାନ-୩’ର ଅବତରଣକୁ ସ୍ମରଣ କରିବା ଏହି ଦିବସକୁ ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *