ରାଲି ବେଳେ ଗୋବିନ୍ଦାଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା; ଛାତିରେ ହେଲା ଯନ୍ତ୍ରଣା
1 min readକିଛି ଦିନ ପୂର୍ବରୁ ଗୋଡ଼ରେ ଗୁଳି ଲାଗିବ କାରଣରୁ ଅଳ୍ପକେ ବର୍ତ୍ତିଥିଲେ ଅଭିନେତା ଗୋବିନ୍ଦା | ଡାକ୍ତରଙ୍କ କହିବାନୁଯାୟୀ, କିଛି ଦିନ ବିଶ୍ରାମ ନେବା ପରେ ସୁସ୍ଥ ହୋଇଥିଲେ | ତେବେ ଏହାପରେ ଏବେ ଏକନାଥ ସିଂଦେଙ୍କ ଶିବ ସେନା ପାଇଁ ପ୍ରଚାର ଆରମ୍ଭ କରିଥିଲେ | ତେବେ ପ୍ରଚାର ସମୟରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା | ହଠାତ ତାଙ୍କ ଛାତିର ଯନ୍ତ୍ରଣା ହେବାକୁ ଲାଗିଥିଲା |
ସୂଚନା ଅନୁଯାୟୀ, ଗୋବିନ୍ଦା ନର୍ବାଚନ ରାଲିରେ ଏକ ରୋଡ଼ ଶୋ କରୁଥିଲେ, ହଠାତ ତାଙ୍କ ସ୍ୱସ୍ୱାଥ୍ୟବସ୍ଥା ଖରାପ ହେବାରେ ଲାଗିଥିଲା | ସୂଚନାନୁସାରେ, ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଏହି ଖବର ପ୍ରକାଶ ପାଇବା ପରେ ଗୋବିନ୍ଦାଙ୍କ ପ୍ରସଶଂସକ ଚିନ୍ତା ପ୍ରକାଶ କରିଛନ୍ତି |
ତେବେ ରିପୋର୍ଟ ଅନୁଯାୟୀ, ଗୋବିନ୍ଦାଙ୍କ ଏପରି ସ୍ୱାସ୍ଥ୍ୟବସ୍ଥା ଖବର ହେବାର କାରଣ ହେଉଛି ଥକ୍କାପଣ | ଥକ୍କା ଯୋଗୁଁ ସେ ଅସୁସ୍ଥତା ଅନୁଭବ କରୁଥିଲେ | ତାଙ୍କ ଟିକଟମ ବ୍ୟକ୍ତି ନିଶ୍ଚିନ୍ତ କରିଛନ୍ତି ଯେ, ବର୍ତ୍ତମାନ ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି | ତାଙ୍କୁ ବର୍ତ୍ତମାନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି |