ସରକାରଙ୍କ ବଡ଼ ଘୋଷଣା , ମଧ୍ୟ ରାତ୍ରରେ ଖୋଲା ରହିବ ଦୋକାନ ..
1 min readଆସିଲା ଖୁସି ଖବର । ଏଣିକି ମଧ୍ୟରାତ୍ରରେ ବି ଖୋଲା ରହିବ ଦୋକାନ । ଏପରି ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର । ରେଷ୍ଟ୍ରୁରାଣ୍ଟ, ହୋଟେଲ ଓ ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ରାତି ୧ଟା ପର୍ଯ୍ୟନ୍ତ ଚାଲୁ ରଖିବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଘୋଷଣା କରିଛନ୍ତି ।
ଗ୍ରାହକମାନଙ୍କ ସୁବିଧା ପାଇଁ ହାଇଦ୍ରାବାଦରେ ସମସ୍ତ ଦୋକାନ ବଜାର ଏଣିକି ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏନେଇ କହିଛନ୍ତି, “ହାଇଦ୍ରାବାଦରେ କେବଳ ମଦ ଦୋକାନ ଓ ବାର ବ୍ୟତୀତ ଅନ୍ୟ ସମସ୍ତ ହୋଟେଲ, ରେଷ୍ଟ୍ରୁରାଣ୍ଟ ଓ ଅନ୍ୟାନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ରାତି ଗୋଟାଏ ପର୍ଯ୍ୟନ୍ତ ଖୋଲା ଓ କାର୍ଯ୍ୟକ୍ଷମ ହେବାକୁ ନିର୍ଦ୍ଦେଶ ଦିଆଯିବ । ଏହି ପରିପ୍ରେକ୍ଷୀରେ ସମସ୍ତ ୩ ପୋଲିସ କମିଶନରେଟକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯିବ । କେବଳ ମଦ ଦୋକାନ ଛାଡି ଅନ୍ୟ ସମସ୍ତ ଦୋକାନ ରାତି ୧ଟା ପର୍ଯ୍ୟନ୍ତ ଖୋଲା: ଖୋଲା ରଖିବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅନୁମତି ପ୍ରଦାନ କରିଛନ୍ତି ।କେବଳ ମଦ ଦୋକାନକୁ ଏଥିରେ ବାଦ ଦିଆଯାଇଛି । ମଦ ଦୋକାନ ପୂର୍ବ ସମୟ ଅନୁସାରେ ବନ୍ଦ କରାଯିବ ।