ଆଉ ମିଳିବନି ବମ୍ବେଇ ଲଡୁ , କଟକଣା ଲଗାଇଲେ ସରକାର…
1 min readଆଉ ମିଳିବନି ବମ୍ବେଇ ଲଡୁ । ବମ୍ବେଇ ଲଡୁ ବିକ୍ରି ଉପରେ ଲାଗିଲା ରୋକ । କଟକଣା ଲଗାଇଲେ ସରକାର । କାରଣ ଏଥିରେ ମାରାତ୍ମକ କେମିକାଲ ରହିଛି । ବମ୍ବେଇ ଲଡୁ ପ୍ରସ୍ତୁତି ପାଇଁ କୃତ୍ରିମ ରଙ୍ଗ ବ୍ୟବହାର କରାଯାଇଥାଏ । ବମ୍ବେଇ ଲଡୁକୁ ରଙ୍ଗବେରଙ୍ଗ କରିବା ପାଇଁ ରୋଡାମାଇନ ବି ବ୍ୟବହାର ହୁଏ, ଯାହାକି ଏକ କ୍ଷତିକାରକ କେମିକାଲ ହୋଇଥିବାବେଳେ କ୍ୟାନ୍ସର ରୋଗର କାରଣ ସାଜିପାରେ ।
ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରାଜ୍ୟରେ ବମ୍ବେଇ ଲଡୁ ବିକ୍ରି ବ୍ୟାନ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଅନୁମତିକ୍ରମେ ସ୍ୱାସ୍ଥ୍ୟମନ୍ତ୍ରୀ ଏମ ସୁବ୍ରମଣ୍ୟମ ସମସ୍ତ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଏବଂ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।