Pratidin TV

Odisha's Digital News Platform

ସରକାର ନେଲେ ବଡ଼ ନିଷ୍ପତ୍ତି ,ରତନ ଟାଟାଙ୍କ ନାମରେ ନାମିତ ହେବ ବିଶ୍ବବିଦ୍ୟାଳୟ..

1 min read

 ଭାରତୀୟ ଶିଳ୍ପ ଜଗତର ଏକ ମହାଦ୍ରୁମ ଥିଲେ ରତନ ଟାଟା । ଯେତିକି ଭଲ ବ୍ୟବସାୟୀ ଥିଲେ, ସେତିକି ଭଲ ମଣିଷଟିଏ । ଦେଶବାସୀଙ୍କ ସୁବିଧା ଅସୁବିଧାରେ ସବୁବେଳେ ନିଜର ବଦାନ୍ୟତା ଦେଖାଇଆସିଥିବା ରତନ ଟାଟା ସମସ୍ତଙ୍କୁ ଅଲବିଦା କହିଛନ୍ତି । ତେବେ ଏହି ବିଜିନେସ ଟାଇକୁନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ  ମହାରାଷ୍ଟ୍ର ସରକାର ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାର ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟକୁ ‘ରତନ ଟାଟା ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟ’ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଚାରିଆଡ଼େ ପ୍ରଶଂସା କରାଯାଉଛି।

 ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢ଼ୁଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରୀତିନୀତି ଅନୁଯାୟୀ ମୁମ୍ବାଇ ଓ୍ୱର୍ଲିରେ ତାଙ୍କର ଶେଷକୃତ୍ୱ କରାଯାଇଥିଲା ।ହା ପରେ ସାରା ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ମହାରାଷ୍ଟ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର କ୍ୟାବିନେଟରେ ଏକ ସଂକଳ୍ପ ପାରିତ ହୋଇଛି। ମହାରାଷ୍ଟ୍ର ସରକାର ଏବେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବେ। ସେହିପରି କ୍ୟାବିନେଟ ବୈଠକରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *