Pratidin TV

Odisha's Digital News Platform

ବଜେଟ ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦଳୀୟ ବୈଠକ..

ଆସନ୍ତା ୨୨ ରୁ ଆରମ୍ଭ ହେବ ସଂସଦରେ  ମୌସୁମୀ ଅଧିବେଶନ। ଯେଉଁଥିପାଇଁ ୨୧ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ସୁରୁଖୁରୁରେ କିପରି ମୌସୁମୀ ଅଧିବେଶରେ ଗୃହକାର୍ଯ୍ୟ ହେବ ସେ ନେଇ ସରକାର ଏହି ବୈଠକ ଡାକିଛନ୍ତି। ଏନେଇ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତି ୨୧ ତାରିଖ ଦିନ ୧୧ଟା ବେଳକୁ ଏହି ବୈଠକ ହେବ ବୋଲି ଶ୍ରୀ ରିଜିଜୁ କହିଛନ୍ତି ।

ସଂସଦ ଭବନର ସମିତି କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ । ଏଠାରେ କହି ରଖୁ କି ଏହି ମୌସୁମୀ ଅଧିବେଶ ଆସନ୍ତା ୨୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିପାରେ। ତେବେ ଏହି ଅଧିବେଶନ ମୋଦି ସରକାରଙ୍କ ତୃତୀୟ ପାଳିରେ ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଜୁଲାଇ ୨୩ ତାରିଖରେ ବଜେଟ ଉପସ୍ଥାପନ ହୋଇପାରେ। ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ତାଙ୍କର ପ୍ରସ୍ତୁତି କରିସାରିଛନ୍ତି। ଆସନ୍ତା ଜୁଲାଇ ୨୩ ତାରିଖ ଦିନ ୧୧ଟାରେ ଏହି ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ।

Leave a Reply

Your email address will not be published. Required fields are marked *