Pratidin TV

Odisha's Digital News Platform

କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି ,VIPଙ୍କ ସୁରକ୍ଷାରୁ ହଟିବେ NSG କମାଣ୍ଡୋ ..

1 min read

ଭିଆଇପିଙ୍କୁ ଆଉ ସୁରକ୍ଷା ଦେବେନି ଏନଏସଜି କମାଣ୍ଡୋ। ଏନେଇ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି ।  ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରୁ NSG କମାଣ୍ଡୋଙ୍କୁ ହଟାଇ ଦିଆଯିବ, ସେମାନଙ୍କ ସ୍ଥାନରେ CRPF କର୍ମଚାରୀମାନେ ସୁରକ୍ଷା ଦାୟିତ୍ୱ ନେବେ। ଏହି ଆଦେଶ ଆସନ୍ତା ମାସରୁ କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାର ତାଙ୍କ ଆଦେଶରେ କହିଛନ୍ତି ଯେ ବର୍ତ୍ତମାନ ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ କେବଳ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ବ୍ୟବହାର କରାଯିବ।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ୯ ଟି ଭିଆଇପି ଅଛନ୍ତି, ଯେଉଁମାନେ ଜେଡ୍‌-ପ୍ଲସ ବର୍ଗର ସୁରକ୍ଷା ପାଇଛନ୍ତି ଏବଂ NSGର ବ୍ଲାକ କ୍ୟାଟ୍‌ କମାଣ୍ଡୋ ସେମାନଙ୍କ ସୁରକ୍ଷା ଅଧୀନରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ସେମାନଙ୍କ ସ୍ଥାନରେ CRPF ଯବାନ ନିୟୋଜିତ ହେବେ। ଖବର ଅନୁଯାୟୀ, ସଂସଦ ସୁରକ୍ଷା ରୁ ଅବସର ନେଇଥିବା CRPF ଯବାନମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ଭିଆଇପି ସିକ୍ୟୁରିଟି ୱିଙ୍ଗକୁ ପଠାଯାଇଛି। ଏଥିପାଇଁ ଏକ ନୂତନ ବାଟାଲିୟନ ମଧ୍ୟ ଗଠନ କରାଯାଇଛି। ଏହି ଯବାନମାନଙ୍କୁ ଭିଆଇପିଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯିବ। ଏହି VIP ଗୁଡିକ Z Plus ସୁରକ୍ଷା ପାଇଛନ୍ତି।

Advertisement

ସୂଚନାନୁସାରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସ୍‌ପି ସୁପ୍ରିମୋ ମାୟାବତୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏଲ.କେ ଆଡଭାନୀ, ସରବାନନ୍ଦ ସୋନୋୱାଲ, ରମଣ ସିଂ, ଗୁଲାବ ନବୀ ଆଜାଦ, ଫାରୁକ ଅବଦୁଲ୍ଲା, ଚନ୍ଦ୍ରବାବୁ ନାଇଡୁଙ୍କୁ Z Plus  ସୁରକ୍ଷା ଏବଂ ଏନଏସଜି ମିଳିଛି ସେମାନଙ୍କ ସୁରକ୍ଷା ପାଇଁ ନିୟୋଜିତ।

Leave a Reply

Your email address will not be published. Required fields are marked *