Pratidin TV

Odisha's Digital News Platform

ଧିରେ ଧିରେ ବଢିଗଲା ଶିବ-ପାର୍ବତୀଙ୍କ ମୂର୍ତ୍ତୀର ଓଜନ , ଶେଷରେ ରାସ୍ତା କଡରେ ଛାଡି ପଳାଇଲେ ଚୋର ….

1 min read

ପୁରୀ ; ଶେଷରେ ଠାକୁର ଙ୍କୁ ବି ଛାଡିଲେନି ଚୋର । ମନ୍ଦିରରୁ ଉଠାଇ ଆଣି ନଦୀ ବନ୍ଧରେ ପକାଇ ଚାଲିଗଲେ । ଏଭଳି ଏକ ଅଭାବନୀୟ ଘଟଣା ପିପିଲି ବ୍ଲକ ଗୋବର୍ଧନପୁର ଦୟା ନଦୀ ବନ୍ଧରେ ଦେଖିବାକୁ ମିଳିଛି । ଚୋରି କରି ଆଣିଥିବା ଶିବ ପାର୍ବତୀ ଙ୍କ ମୂର୍ତ୍ତି କୁ ରସ୍ତା କଡରେ ରଖି ପଳାଇଲେ ଚୋର।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଲେ କିଛି ଗାଁ ଲୋକ ପିପିଲି ବ୍ଲକ ଗୋବର୍ଧନପୁର ଦୟା ନଦୀ ବନ୍ଧକୁ ଶୌଚ ହେବା ପାଇଁ ଆସିଥିଲେ । ଏହି ସମୟରେ ନଦୀବନ୍ଧ କଡରେ ଏକ ବସ୍ତା ଦେଖିବାକୁ ପାଇଥିଲେ । ତେବେ ବସ୍ତାଟିକୁ ଖୋଲିବା ପରେ ସେଥିôରୁ ଶିବ-ପାର୍ବତୀଙ୍କ ଏକ ବହୁ ପୂରୁଣା ମୂର୍ତ୍ତୀ ଦେଖି ତୁରନ୍ତ ଥାନାରେ ଜଣାଇଥିଲେ । ତେବେ ଏହି ମୂର୍ତ୍ତୀ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଖଚାଖଚ୍ ଭିଡ ମଧ୍ୟ ଜମିଥିଲା ।

Advertisement

ଏପଟେ ଘଟଣା ବିଷୟରେ ପିପିଲି ପୋଲିସ ସୂଚନା ପାଇ ଅଧିକ ତଦନ୍ତ ଆରମ୍ଭ କରିଦେଇଛି । ଅନୁମାନ କରାଯାଉଛି କି ଚୋରି କରି ଆଣି ନେଉଥିବା ସମୟରେ କୌଣସି କାରଣ ବଶତଃ ଏଠି ଚୋର ମାନେ ମୂର୍ତ୍ତିକୁ ରଖି ପଳାଇଛନ୍ତି । ଏହି ମୂର୍ତ୍ତି ବହୁତ ପୁରୁଣା ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *