Pratidin TV

Odisha's Digital News Platform

ଜେଲରୁ ମୁକୁଳିବେ ଦାରା ସିଂହ ! ସୁପ୍ରିମକୋର୍ଟରେ ଦାୟର ହେଲା ‘ଦୟା ଆବେଦନ’ ..

ପୁଣି ଚର୍ଚ୍ଚାରେ ଗ୍ରାହାମ ଷ୍ଟେନ୍ ହତ୍ୟାକାଣ୍ଡ ।  ଜେଲରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଏକ ମର୍ସି ପିଟିସନ ଦାଖଲ କରିଛନ୍ତି ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲ। ଏଥିସହ ରାଷ୍ଟ୍ରପତିଙ୍କ ନିକଟରେ ବି ଦୟା ଆବେଦନ କରାଯାଇଛି। ମର୍ସି ପିଟିସନ ପାଇଁ ସୁପ୍ରିମକୋର୍ଟଙ୍କ ନିଜେ ଦ୍ୱାରସ୍ଥ ହୋଇଛନ୍ତି ନିଜେ ଦାରା ସିଂହ।ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କୁ ନୋଟିସ୍ କରି ମାମଲାର ପରିବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ଅଦାଲତ।।

 ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନ୍ସ ଜଣେ ଅଷ୍ଟ୍ରେଲୀୟ ଖ୍ରୀଷ୍ଟିଆନ ମିଶନାରୀ ଥିଲେ, ଯାହାଙ୍କୁ ଧର୍ମାନ୍ତରୀକରଣ ଅଭିଯୋଗରେ ହତ୍ୟା କରାଯାଇଥିଲା । ଗ୍ରାହାମ ଓ ତାଙ୍କର ଦୁଇ ପୁଅ ଫିଲିପ୍ ଏବଂ ଟିମୋଥିଙ୍କୁ ବଜରଙ୍ଗ ଦଳର ସଦସ୍ୟମାନେ ପୋଡ଼ି ହତ୍ୟା କରିଥିଲେ । ବଜରଙ୍ଗ ଦଳର କର୍ମକର୍ତ୍ତା ଦାରା ସିଂହଙ୍କୁ ହତ୍ୟାକାରୀଙ୍କ ନେତୃତ୍ୱ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୨୩ ଜାନୁଆରୀ ୧୯୯୯ ମସିହାରେ ହୋଇଥିଲା ହତ୍ୟାକାଣ୍ଡ ଗ୍ରାହାମ ଷ୍ଟେନ୍‌ସ ଓ ତାଙ୍କ ୨ ଶିଶୁପୁତ୍ରଙ୍କୁ ହତ୍ୟା କରାଯାଇଥିଲା ରାତିରେ କାର ରେ ଶୋଇଥିବା ବେଳେ ପୋଡ଼ି ହତ୍ୟା କରାଯାଇଥିଲା କେନ୍ଦୁଝର ମନୋହରପୁର ଗାଁରେ ଘଟିଥିଲା ହତ୍ୟାକାଣ୍ଡ ଧମାନ୍ତରୀକରଣ ଅଭିଯୋଗରେ ପୋଡ଼ି ହତ୍ୟା କରିଥିଲା ଦାରା ।   ୨୦୦୩ରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହ ଦୋଷୀ ସାବ୍ୟସ୍ତ ହୋଇଥିଲେ , ଏବଂ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛି ମୁଖ୍ୟ ଅଭିଯୁକ୍ତ ଦାରା ସିଂହ ।    ଗ୍ରାହାମ ହୋ ଭାଷାରେ ବାଇବେଲ ଅନୁବାଦରେ ସହଯୋଗ କରିଥିଲେ ୧୯୬୫ ମସିହାରେ ଭାରତ ଭ୍ରମଣରେ ଆସିଥିଲେ ଗ୍ରାହାମ ଷ୍ଟେନ୍‌ ଆଦିବାସୀ ଅଞ୍ଚଳରେ ମିଶନାରୀ ତରଫରୁ କାମ କରୁଥିଲେ

Leave a Reply

Your email address will not be published. Required fields are marked *