ବିଲରେ ଜଳି ପାଉଁସ ହୋଇଗଲା ୨ ଏକରର ଫଳନ୍ତି ଧାନ , ଥାନାକୁ ଆସିଲା ଅଭିଯୋଗ
1 min readଯାଜପୁର ; ବିଲରେ ହୁତୁ ହୁତୁ ହୋଇ ଜଳିଗଲା ଫଳନ୍ତି ଥାନ । ତଳେ ଗଡି ଗଡି ମୁଣ୍ଡ ପିଟି କାନ୍ଧୁଛି ଗରିବ ଚାଷୀ । ଯାଜପୁର ସଦର ଥାନା ତଥା ଯାଜପୁର ତହସିଲ ଅନ୍ତର୍ଗତ ନେଲିପୁର ମୌଜା ନିତ୍ୟାନନ୍ଦ ପୁର ଓ ନେଳିପୁରର ୫ ଜଣ ଚାଷୀଙ୍କ ଦୁଇ ଏକରରୁ ଉର୍ଦ୍ଦ ଚାଷ ଜମିରେ ନିଆଁ ଲାଗି ଫଳନ୍ତି ଧାନ ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।
ଉଜୁଡିଯାଇଛି ବର୍ଷକର ଧାନ ଆଉ ବର୍ଷକର ଭାତ ହାଣ୍ଡି ନିଆଁରେ ପୋଡି ପାଉଁଶ ହୋଇଗଲା । ବର୍ଷକର ଝାଳ ବୁହା ପରିଶ୍ରମ ନିଆଁ ଅଙ୍ଗାରରେ ମାଟିରେ ମିଶିଗଲା । ଏନେଇ ଚାଷୀ ଶିବସୁଭ ଦାସ ଓ ଚିତ୍ତରଞ୍ଜନ ନାୟକ ଯାଜପୁର ସଦର ଥାନାରେ ଦୁଇ ଜଣଙ୍କ ନାମରେ ଅଭିଯୋଗ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି ।
ଯାହା ସୂଚନା ମିଳିଛି ପାଖ ଧାନ ବିଲର ଚାଷୀ ନିଜ ବିଲର ନଡ଼ା କୁଟା ନିଆଁ ଲଗାଇ ପୋଡୁ ଥିବା ବେଳେ ପବନର ବେଗ ବଢ଼ି ଥିବାରୁ ପାଖ ବିଲକୁ ନିଆଁ ଲାଗି ଦୁଇ ଏକର ରୁ ଉର୍ଦ୍ଧ ଜମିରେ ଫଳନ୍ତି ଧାନ ସମ୍ପୂର୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି । ଚାଷୀର ସବୁ ଆଶା ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଏଣିକି ସାହା ଭରଷା ସରକାର ବୋଲି କହିଛନ୍ତି ଚାଷୀ ।