ଋାକ୍ଷସ ପାଲଟିଲା ଅଜା : ୭ ବର୍ଷର ନାତୁଣୀକୁ ଜଙ୍ଗଲକୁ ଡାକି ନେଇ ..
1 min readଭୁବନେଶ୍ୱର : କୁତ୍ସିତ ମାନସିକତାରେ ପିଶାଚ ପାଲଟିଯାଉଛି ମଣିଷ । ନିଜର ଯୈାନ ଳାଳସାକୁ ମେଣ୍ଟାଇବା ପାଇଁ ମଣିଷ ସାଜିଯଅଉଛି ରାକ୍ଷସ । ନିଜର ଯୌନ ଖୁର୍ଦ୍ଧା ମେଣ୍ଟାଇବା ପାଇଁ ଜଣେ ଅଜା ନିଜ ନାତୁଣୀକୁ ଦୁଷ୍କର୍ମ କରିଛି । ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଘଟିଛି।
ସୂଚନା ଅନୁଯାୟୀ ଅଜା ଲିଟୁ ସିଂ ସମ୍ପର୍କୀୟ ୭ ବର୍ଷର ନାତୁଣୀକୁ ଜଙ୍ଗଲକୁ ପକ୍ଷୀ ଶିକାର ଦେଖାଇବାକୁ କହି ସାଙ୍ଗରେ ଡାକିନେଇଥିଲା । ହେଲେ ଜଙଗଲ ଭିତରେ ପଶିବା ମାତ୍ରେ ଅଜାର ପ୍ରକୃତି ଖରାପ ହୋଇଯାଇଥିଲା । ଏହାପରେ ଜଙ୍ଗଲ ଭିତରେ ୭ ବର୍ଷର ନାତୁଣୀ ସହ ରଖିଥିଲା ଯୌନ ସମ୍ପର୍କ । ନିଜର ନିମ୍ନମାନର କାମରେ ସଫଳ ହେବାପରେ ନାତୁଣୀକୁ ଧମକେଇଥିଲା ଅଜା ଲିଟୁ । କିନ୍ତୁ ଜଙ୍ଗଲରୁ ଫେରିବା ପରେ ନାବାଳିକା ଜଣଙ୍କ ପୁରା ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇଥିଲା । ଏହାପରେ ପରିବାର ଲୋକେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ପୀଡ଼ିତ ନାବାଳକଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ଅଜା ଲିଟୁ ସିଂକୁ ଗିରଫ କରିଛି ।